www.samajalive.in
Saturday, December 6, 2025
17.1 C
Bhubaneswar

‘ଏକାଧିକ ସିମ୍ ବ୍ୟବହାର କରୁଥିଲେ ଦେବାକୁ ହେବ ଶୁଳ୍କ’ ସମ୍ପୂର୍ଣ୍ଣ ମିଥ୍ୟା

ଡେସ୍କ: ଅନେକ ସମୟରେ ଜନସାଧାରଙ୍କୁ ମିଥ୍ୟା ସୂଚନା ଜରିଆରେ ବିଭ୍ରାନ୍ତ କରିବା ନୂଆ କଥା ନୁହେଁ। ସେମିତି ଏକ ସମ୍ବାଦ ଗତ ୨/୩ ଦିନ ହେବ ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷ କରି ଯେଉଁମାନେ ୧ରୁ ଅଧିକ ସିମ ବ୍ୟବହାର କରୁଛନ୍ତି ଓ ସେଥିମଧ୍ୟରୁ ବହୁ ସମୟ ଧରି ରିଚାର୍ଜ କରୁନାହାନ୍ତି, ସେମାନଙ୍କୁ ଅଧିକ ଶୁଳ୍କ ଦେବାକୁ ପଡିବ ବୋଲି ଏକ ଖବର ଭାଇରଲ ହେବାରେ ଲାଗିଛି କିନ୍ତୁ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ – ଟ୍ରାଇ ଏହି ଖାବରୁ ସମ୍ପୂର୍ଣ୍ଣ ମିଥ୍ୟ ବୋଲି କହିଛି।


ଏକ ଟ୍ୱିଟ ଜରିଆରେ ଟ୍ରାଇ କହିଛି ଯେ ଏକାଧିକ ସିମ୍/ ନମ୍ବରିଂ ସମ୍ବଳ ରଖିଥିବା ଗ୍ରାହକଙ୍କ ଉପରେ ଟ୍ରାଇ ଶୁଳ୍କ ଲଗାଇବାକୁ ଚାହୁଁଥିବା କଳ୍ପନାଜଳ୍ପନା ସମ୍ପୂର୍ଣ୍ଣ ମିଥ୍ୟା। ଏଭଳି ଦାବି ଭିତ୍ତିହୀନ ଏବଂ କେବଳ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ। ଏ ସମ୍ପର୍କରେ ଟ୍ରାଇ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ପ୍ରଦାନ କରାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories