www.samajalive.in
Sunday, December 14, 2025
16.1 C
Bhubaneswar

କୁଏତ ଅଗ୍ନିକାଣ୍ଡରେ ମୃତକଙ୍କ ମଧ୍ୟରେ ୨ଜଣ ଓଡ଼ିଆ

ସମାଜ ଡିଜିଟାଲ ଡେସ୍କ: କୁଏତରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇଜଣ ଓଡ଼ିଆ। ସେମାନେ ହେଲେ ଆଠଗଡର ମହମ୍ମଦ ଜୁହର ଓ ଗଞ୍ଜାମ ଜିଲାର ସନ୍ତୋଷ ଗୌଡ। ଆଠଗଡ ତିଗିରିଆ ଥାନା କରଡାପଲ୍ଲୀ ଗାଁର ମହମ୍ମଦ ଜୁହର ଦକ୍ଷିଣ କୁଏତର ମଙ୍ଗଫ ସହର ଏକ ଟ୍ରେଡିଙ୍ଗ କମ୍ପାନୀରେ ସିଭିଲ ଲାବ୍ରୋଟରୀରେ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଥିଲେ। କମ୍ପାନୀ ପକ୍ଷରୁ ଦିଆଯାଇଥିବା ବିଲ୍ଡିଂର ପଞ୍ଚମ ମହଲାରେ ରହୁଥିଲେ ମହମ୍ମଦ। ସାଙ୍ଗମାନଙ୍କ ସହ ରୁମରେ ଶୋଇଥିବା ବେଳେ ହଠାତ ନିଆଁ ଲାଗିବାରୁ ନିଦରୁ ଉଠି ଉପର ମହଲାକୁ ପଳାଇଥିଲେ। ହେଲେ ପ୍ରବଳ ଧୂଆଁ ଯୋଗୁ ଅଣନିଶ୍ୱାସୀ ହୋଇପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ସେହିପରି ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ବ୍ଲକ ରଣଝେଳି ଗାଁର ସନ୍ତୋଷ ଗୌଡ ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି। କାମରୁ ଫେରି ରୁମରେ ଶୋଇଥିବା ବେଳେ ନିଆଁ ଲାଗିବାରୁ ଶ୍ୱାସରୁଦ୍ଦ ହୋଇ ତାଙ୍କର ଅକାଳ ବିୟୋଗ ହୋଇଛି। ରୋଜଗାରିଆ ପୁଅକୁ ହରାଇ ସେମାନଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି। ଏହି ଭୟାବହ ଅଗ୍ନିକାଣ୍ଡରେ ମୋଟ ୪୫ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ସେମାନଙ୍କୁ ନେଇ ଭାରତ ଫେରିଛି ବାୟୁସେନାର ସ୍ୱତନ୍ତ୍ର ବିମାନ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories