www.samajalive.in
Sunday, December 7, 2025
16.1 C
Bhubaneswar

ଆଜି ପହିଲି ରଜ: ଉତ୍ସବମୁଖର ଗାଁଠୁ ସହର

ଭୁବନେଶ୍ୱର: ଆଜି ପହିଲି ରଜ। କୃଷିଭିତ୍ତିକ ଏହି ପର୍ବ ପାଇଁ ଉତ୍ସବମୁଖର ଗାଁଠୁ ସହର। ଜ୍ୟେଷ୍ଠ ମାସ ଶେଷ ଓ ଆଷାଢର ପହିଲି ପୁଲକରେ ଆସିଛି ରଜ ପର୍ବ। ଆଷାଢର ପ୍ରଥମ ଜଳରେ ମାଟି ମା ହୋଇଛି ରଜସ୍ୱଳା। ଏଥିପାଇଁ ଏହିଦିନ କୃଷି କାର୍ଯ୍ୟ ନିଷେଧ କରାଯାଇଥାଏ। ୩ଦିନ ଧରି ପାଳିତ ହୋଇଥାଏ ଏହି ରଜ ପର୍ବ। ରଜର ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ। ଚତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ। ପହିଲି ରଜକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବେଶ ଧୁମଧାମରେ ପାଳନ କରାଯାଉଛି। ଘରେ ଘରେ ପିଠା, ମିଠାର ଆସର ଜମିଛି। କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି କୁଆଁରୀମାନେ ସକାଳୁ ସକାଳୁ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦୀ, ମୁଣ୍ଡରେ କୁଙ୍କୁମ ଲଗାଇ ସଜବାଜ ହୋଇ ପିଠା ଓ ରଜ ପାନ ଖାଇ ଗାଁ ବୁଲିବା ସହ ଦୋଳି ଖେଳିବାରେ ଲାଗିଛନ୍ତି। ରାଜଧାନୀର ପ୍ରମୁଖ ସ୍ଥାନ ପାତ୍ରପଡା ଓ ପାନ୍ଥ ନିବାସରେ ରଜ ଉତ୍ସବ ପାଳନ କରାଯାଏ। ପାତ୍ରପଡାରେ ଚଳିତ ବର୍ଡ ୧୫୦ଦୋଳି ଲାଗିଛି। ଏହାସହିତ ବଡ ବଡ ମଲରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ରଜ ଦୋଳି ଲଗାଯାଇ ସେଲଫି ପଏଣ୍‌‌ଟ ପ୍ରସ୍ତୁତ କରାଯାଇଛି। ରାଜଧାନୀର ଝିଅମାନେ ମଲ ବୁଲିବା ସାଙ୍ଗକୁ ସେଠାରେ ଲାଗିଥିବା ଦୋଳି ଖେଳି ରଜ ମଜା ଉଠାଇଥାନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories