www.samajalive.in
Friday, December 5, 2025
20.1 C
Bhubaneswar

ପୁଣି ଶ୍ରୀମନ୍ଦିରରେ ବିଶୃଙ୍ଖଳା; ସିଂହ ଦ୍ବାର ସମ୍ମୁଖରେ ପୁଲିସ-ଭକ୍ତ ଧସ୍ତାଧସ୍ତି

ପୁରୀ : ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଦର୍ଶନ ବନ୍ଦ ରହିଥିବା ବେଳେ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବଡ ଦାଣ୍ଡରେ ହଜାର ହଜାର ଭକ୍ତ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଉତ୍ତେଜିତ ହୋଇ ଲୁହା ବ୍ୟାରିକେଟ୍ ଭାଙ୍ଗି ମନ୍ଦିର ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି । ଫଳରେ ସିଂହଦ୍ବାର ନିକଟରେ ପୁଲିସ ଓ ଭକ୍ତ ମୁହାଁମୁହିଁ ହୋଇଛନ୍ତି । ପୁଲିସ ଓ ଭକ୍ତ ଧସ୍ତାଧସ୍ତି ହେବା ଫଳରେ ଶ୍ରୀମନ୍ଦିର ବାହାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟରେ ଏପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତି କିମ୍ବା କୌଣସି ନୀତିକାନ୍ତି ହୋଇନଥିବା ବେଳେ ମହାପ୍ରଭୁ ଓପାସରେ ରହିଛନ୍ତି ।

ଏଭଳି ପରିସ୍ଥିତିରେ ପୁରୀ ଏସପି ସାର୍ଥକ ଷଡଙ୍ଗୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ଘଟଣା ନୂଆ ନୁହେଁ । ଏମିତି ବିଶୃଙ୍ଖଳା ମଝିରେ ମଝିରେ ହୁଏ । ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ହେବା କିଛି କାରଣ ନାହିଁ । ମନ୍ଦିର ଖୋଲିଲେ ଭକ୍ତ ଦର୍ଶନ କରିବେ । ଭକ୍ତମାନେ ସମୁଦ୍ରକୂଳରେ ବୁଲନ୍ତୁ, ବା ଅନ୍ୟ ପର୍ଯ୍ୟଟନସ୍ଥଳକୁ ବୁଲିବାକୁ ଯାଆନ୍ତୁ ।

- Advertisement -

ସୂଚନାଯୋଗ୍ୟ, ଗୁରୁବାର ତିନିଜଣ ବଙ୍ଗୀୟ ପର୍ୟ୍ୟଟକଙ୍କ ଦର୍ଶନକୁ ନେଇ ବିବାଦ ଦେଖାଦେଇଥିଲା । ଭିତରଛ ସେବାୟତ ଭବାନୀ ଶଙ୍କର ମହାପାତ୍ରସେମାନଙ୍କୁ ଦର୍ଶନ କରାଇବାକୁ ନେଇ ଯାଉଥିବା ବେଳେ ପର୍ଯ୍ୟଟକଙ୍କ ମଧ୍ୟରେ ଜଣେ ବିଦେଶୀ ଥିବା ନେଇ ସନ୍ଦେହ କରି ପୁଲିସ ତାଙ୍କୁ ପରିଚୟ ପତ୍ର ମାଗିଥିଲେ । ଏହାକୁ କେନ୍ଦ୍ର କରି ପୁଲିସ ଓ ସେବାୟତ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଲିସ ମାଡରେ ସେବାୟତ ଭବାନୀ ଶଙ୍କର ମହାପାତ୍ରଙ୍କର ନାକ ଫାଟି ଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦେବା ସହ ପୋଲିସ ପକ୍ଷରୁ ମଧ୍ୟ ମାମଲା ରୁଜୁ ହୋଇଥିଲା।

ସେବାୟତଙ୍କୁ ପୁଲିସର ମାଡ଼ ଘଟଣାର ପ୍ରତିବାଦ କରି ଶୁକ୍ରବାର ସକାଳେ ସେବାୟତମାନେ ସିଂହ ଦ୍ବାର ନଖୋଲିବା ସହ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କରିଦେଇଥିଲେ । ଫଳରେ ହଜାର ହଜାର ଭକ୍ତ ଦୀର୍ଘ ସମୟ ଧରି ସିଂହ ଦ୍ବାର ନିକଟରେ ଅପେକ୍ଷା କରିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ବିବାଦର ସମାଧାନ ପାଇଁ ପ୍ରଶାସନ ସେବାୟତଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ସେବାୟତମାନେ ନିଜ ଜିଦରେ ଅଟଳ ରହିବାରୁ ସମାଧାନର ବାଟ ବାହାରି ପାରିନଥିଲା। ବୈଠକରେ ସେବାୟତମାନେ ଏଭଳି କିଛି ଦାବି ରଖିଥିଲେ ଯାହାକୁ ପୂରଣ କରିବା ସମ୍ଭବପର ନୁହେଁ । ଏହି ଘଟଣା ସହ ସମ୍ପର୍କ ନଥିବା ଅନ୍ୟ କେତେକ ପ୍ରସଙ୍ଗରେ ସେବାୟତମାନେ ଜିଦ କରୁଥିବାରୁ ଏହି ସମସ୍ୟାର ସମାଧାନ ହୋଇପାରୁ ନାହିଁ ବୋଲି ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ ଗଣମାଧ୍ୟମରେ କହିଛନ୍ତି । ଅପରପକ୍ଷରେ ସେବାୟତମାନେ ନିଜ ବିବେକ ଅନୁଯାୟୀ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ମହାପାତ୍ର ଆହ୍ବାନ ଦେଇଛନ୍ତି । ପ୍ରକାଶ ଥାଉ ଯେ, ୨୦୧୨ରେ ମଧ୍ୟ ଅନୁରୂପ ଘଟଣା ଯୋଗୁଁ ଶ୍ରୀମନ୍ଦିରର ନୀତିକାନ୍ତି ବନ୍ଦ ରହିଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories