www.samajalive.in
Sunday, December 14, 2025
23.1 C
Bhubaneswar

୨ଟି ସିମ୍‌‌ ବ୍ୟବହାର କରୁଥିଲେ ଦେବାକୁ ପଡ଼ିବ ଅତିରିକ୍ତ ମୂଲ୍ୟ

ସମାଜ ଡିଜିଟାଲ ଡେସ୍କ: ଆବଶ୍ୟକ ନ ଥାଇ ୨ଟି ସିମ୍‌‌ ବ୍ୟବହାର କରୁଥିଲେ ଦେବାକୁ ପଡ଼ିବ ଅତିରିକ୍ତ ମୂଲ୍ୟ। ଅର୍ଥାତ ଯଦି ଜଣେ ଉପଭୋକ୍ତା ନିଜ ମୋବାଇଲ ଫୋନରେ ୨ଟି ସିମ୍‌‌ କାର୍ଡ ପକାଇଛନ୍ତି ଏବଂ ସେଥିରୁ ଗୋଟିଏକୁ ବ୍ୟବହାର କରୁଛନ୍ତି, ଅନ୍ୟଟିକୁ ନିୟମିତ ରିଚାର୍ଜ ନ କରି ସୁବିଧା ଅନୁସାରେ ବ୍ୟବହାର କରୁଛନ୍ତି, ତେବେ ତାଙ୍କୁ ଅତିରିକ୍ତ ମୂଲ୍ୟ ଦେବାକୁ ପଡ଼ିବ। ଏଥିପାଇଁ ନୂଆ ନିୟମ ଆଣିଛନ୍ତି ଭାରତ ଟେଲିକମ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)। କେବଳ ମୋବାଇଲ ନମ୍ବର ନୁହେଁ, ଅବ୍ୟବହୃତ ଅବସ୍ଥାରେ ପଡ଼ିଥିବା ଲ୍ୟାଣ୍ଡଲାଇନ ନମ୍ବର ପାଇଁ ମଧ୍ୟ ଟ୍ରାଇ ମୋବାଇଲ ଅପରେଟରଙ୍କଠାରୁ ଦେୟ ସଂଗ୍ରହ କରିବ। ଯାହାଫଳରେ ମୋବାଇଲ ଅପରେଟରମାନେ ଏହି ମୂଲ୍ୟ ଉପଭୋକ୍ତାଙ୍କଠାରୁ ଆଦାୟ କରିବେ।

ରିପୋର୍ଟ ଅନୁସାରେ, ବର୍ତ୍ତମାନ ସମୟରେ ଦେଶରେ ମୋବାଇଲ ନମ୍ବରର ଅଭାବ ଦେଖାଦେଇଛି। ନୂଆ ମୋବାଇଲ ନମ୍ବର ଜାରି କରିବାରେ ସମସ୍ୟା ଉପୁଜୁଛି। ଅଧିକାଂଶ ମୋବାଇଲ ବ୍ୟବହାରକାରୀ ନିଜ ନାମରେ ଏକାଧିକ ସିମ୍‌‌ ରଖୁଥିବାରୁ ଏହି ସମସ୍ୟା ହେଉଛି। ଉପଭୋକ୍ତା ଏକାଧିକ ସିମ ରଖି ଗୋଟିଏ ସିମ୍‌‌କୁ ବ୍ୟବହାର କରୁଛନ୍ତି, ଅନ୍ୟ ସିମ୍‌‌ଗୁଡ଼ିକୁ ଅଯଥାରେ ମୋବାଇଲରେ ପକାଇ ରଖୁଛନ୍ତି। ଏହି ସିମଗୁଡ଼ିକ ନିଷ୍କ୍ରିୟ ଅବସ୍ଥାରେ ରହୁଛି। ମୋବାଇଲ ଅପରେଟରମାନେ ନିଜର ଉପଭୋକ୍ତା ସଂଖ୍ୟା ହ୍ରାସ ନ କରିବା ଉଦ୍ଦେଶ୍ୟରେ ଏହି ସିମଗୁଡ଼ିକୁ ବନ୍ଦ କରୁନାହାନ୍ତି।

- Advertisement -

ଟ୍ରାଇ ତଥ୍ୟ ଅନୁସାରେ, ବର୍ତ୍ତମାନ ସମୟରେ ଦେଶରେ ୨୧ କୋଟି ୯୧ ଲକ୍ଷ ସିମକୁ କଳାତାଲିକାଭୁକ୍ତ କରିବା ଲାଗି ଯୋଜନା ହୋଇଛି। ଏହି ସିମଗୁଡ଼ିକ ଦୀର୍ଘ ଦିନ ଧରି ନିଷ୍କ୍ରିୟ ଅବସ୍ଥାରେ ପଡ଼ିରହିଛି। ଏହା ହେଉଛି ଦେଶରେ ରହିଥିବା ମୋଟ ମୋବାଇଲ ନମ୍ବରର ୧୯ ପ୍ରତିଶତ। ନିୟମ ଅନୁସାରେ ଯଦି ଗୋଟିଏ ସିମ୍‌‌କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ରିଚାର୍ଜ କରା ନ ଯାଏ ତେବେ ତାହାକୁ କଳାତାଲିକାଭୁକ୍ତ କରିବାର ପ୍ରାବଧାନ ରହିଛି। ମାତ୍ର ମୋବାଇଲ ଅପରେଟର ସେଗୁଡ଼ିକୁ ବନ୍ଦ କରୁ ନ ଥିବାରୁ ଟ୍ରାଇ ପକ୍ଷରୁ କମ୍ପାନୀଗୁଡ଼ିକ ଉପରେ ଜରିମାନା ଲାଗୁ କରିବା ଲାଗି ଏହି ନୂଆ ଯୋଜନା କରାଯାଇଛି। ଫଳରେ ମୋବାଇଲ ଅପରେଟର କମ୍ପାନୀଗୁଡ଼ିକ ଏହି ଅର୍ଥ ଉପଭୋକ୍ତାଙ୍କଠାରୁ ସଂଗ୍ରହ କରିବେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories