www.samajalive.in
Sunday, December 7, 2025
26.1 C
Bhubaneswar

ପିକ୍‌ଅପ୍‌ ଧକ୍କାରେ ଚାଳକଙ୍କ ମୃତ୍ୟୁ ଘଟଣା; ମୃତଦେହ ରଖି ଡ୍ରାଇଭର ସଂଘ ପକ୍ଷରୁ ରାସ୍ତା ଅବରୋଧ

ନନ୍ଦପୁର: ବୁଧବାର ସାପ୍ତାହିକ ହାଟ ପାଇଁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଚଳ ଚଞ୍ଚଳ ଥିବାବେଳେ ଡ୍ରାଇଭର ସଂଘ ତରଫରୁ ଧାରଣା ଦିଆଯାଇ ରାସ୍ତା ଅବରୋଧ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ପିକ୍‌ଅପ୍‌ ଗାଡ଼ି ଧକ୍କାରେ ମୃତ ଚାଳକ ସନ୍ତୋଷ ସାହୁଙ୍କ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ଡ୍ରାଇଭର ସଂଘ ସଦସ୍ୟ। ଗତକାଲି ସନ୍ଧ୍ୟାରେ ଚାଳକ ସନ୍ତୋଷ ସାହୁ ଚାଲି ଚାଲି ଯାଉଥିବା ସମୟରେ ଏକ ପିକ୍‌ଅପ୍‌ ଗାଡ଼ି ତାଙ୍କ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଖସି ଚାଲି ଯାଇଥିବା ପିକ୍‌ଅପ୍‌ ଗାଡ଼ିକୁ ପୁଲିସ ଖୋଜି ପାଇବାରେ ସଫଳ ହୋଇଥିଲେ ମଧ୍ୟ ଗାଡ଼ି ଚାଳକ ଓ ମାଲିକଙ୍କୁ ଖୋଜି ପାଇବାରେ ବିଫଳ ହୋଇଥିବାରୁ ଡ୍ରାଇଭର ସଂଘ ପକ୍ଷରୁ ନନ୍ଦପୁର ପୁଲିସର କାର୍ଯ୍ୟକଳାପ ଉପରେ ଅସନ୍ତୋଷ ପ୍ରକାଶ ପାଇଛି। ଚାଳକ, ମାଲିକଙ୍କୁ ତୁରନ୍ତ ଗିରଫ କରାଯାଉ ଓ ମୃତ ଚାଳକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୃତଦେହକୁ ଆଣି ନନ୍ଦପୁର ବ୍ଲକ ସଦର ମହକୁମା ଏମଡିଆର ୫୫ ରାସ୍ତାରେ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳତଃ ସେମିଳିଗୁଡା ପାଡୁଆ ଯାତାୟତ ବନ୍ଦ ହୋଇଛି। ନନ୍ଦପୁର ଏସଡିପିଓ ସମ୍ବିତ କୁମାର ମାଝୀ ଓ ଥାନାଧିକାରୀ ମମତା ପଣ୍ଡା ଧାରଣା ସ୍ଥଳରେ ପହଞ୍ଚି ଡ୍ରାଇଭର ସଂଘ ଓ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନଥିବାରୁ ରାସ୍ତା ଅବରୋଧ ଜାରି ରହିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories