www.samajalive.in
Saturday, December 13, 2025
26.1 C
Bhubaneswar

ବୌଦ୍ଧ : ପୁରୁଣାକଟକରୁ ପୁରୀ ଗଲା ରଥକାଠ..

ହରଭଙ୍ଗା : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୁଧବାର ବୌଦ୍ଧ ବନଖଣ୍ଡ ଅଧିନସ୍ଥ ପୁରୁଣାକଟକ ବନାଞ୍ଚଳ ଅନ୍ତର୍ଗତ ଅଠରନଳାରୁ ପୁରୀ ରଥଖଳାକୁ ଶିମିଳି ଏବଂ ଚାଖୁଣ୍ଡା ଦୁଇ ପ୍ରକାର ରଥକାଠ ପୁରୀ ପଠାଯାଇଛି। ପୁରୁଣାକଟକ ବନାଞ୍ଚଳ ଅଧିକାରୀ ଜୟନ୍ତ କୁମାର ଦାଶ, ପୁରୁଣାକଟକ ବନପାଳ ଗୋବର୍ଦ୍ଧନ  ମେହେର, ଚାରିଛକ ବନପାଳ ଶତୀଶ ରଞ୍ଜନ କମ୍ପ ପ୍ରମୁଖଙ୍କ ନେତୃତ୍ୱରେ ଆଜି ସକାଳେ ପୂଜା ପାଠ କରି ନାମ ସଂକୀର୍ତନ ହରିବୋଲ ହୁଳହୁଳିରେ ରଥକାଠ ବୋଝେଇ ଟ୍ରକକୁ ପୁରୀ ଅଭିମୁଖେ ପାଛୋଟି ନିଆ ଯାଇଥିଲା। ଏଥିରେ ୧୨ ଖଣ୍ଡ ଶିମିଳି ଏବଂ ଗୋଟିଏ ଖଣ୍ଡ ଚାଖୁଣ୍ଡା କାଠ ବୋଝେଇ ହୋଇଥିବା ସୂଚନା ମିଳିଛି। ପ୍ରତିବର୍ଷ ବୌଦ୍ଧ ବନଖଣ୍ଡର ବିଭିନ୍ନ ବନାଞ୍ଚଳରୁ ପୁରୀକୁ ରଥକାଠ ପଠାଯାଉଥିବା ଘଟଣାକୁ ଲକ୍ଷ୍ୟ କଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜିଲ୍ଲାବାସୀଙ୍କ ଉପରେ ଶୁଭ ଆଶୀର୍ବାଦ ରହିଛି ବୋଲି କୁହାଯାଉଛି।

ରାତି ସାରା ଏସିରେ ଶୋଇବା ଶରୀର ପାଇଁ ବିପଦ ; ଦେଖାଦେବ ୫ଟି ମୁଖ୍ୟ ସମସ୍ୟା..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories