www.samajalive.in
Monday, December 8, 2025
13.1 C
Bhubaneswar

ରଜ ମହୋତ୍ସବକୁ ଆସିବେ କେନ୍ଦୁଝର ରାଣୀ

ପାଟଣା: ପାରମ୍ପରିକ ଗଣପର୍ବ ଭାବେ ରଜ ପର୍ବଟିକୁ ଓଡିଆ ମାନେ ଖୁବ ଆଡମ୍ବର ସହକାରେ ପାଳନ କରୁଥିବା ବେଳେ ଏହା ପାଟଣାର ବିଭିନ୍ନ ଅଞ୍ଚଳରେ ବେଶ ଧୁମଧାମରେ ପାଳନ କରାଯାଇଥାଏ। ରଜ ପର୍ବଟିକୁ ପାଳିବା ନେଇ ବିଭିନ୍ନ ସ୍ଥାନରେ ଖାଇ ଦୋଳି, ପଟା ଦୋଳି ,ଦଉଡି ଦୋଳି, ଚକିରୀ ଦୋଳି ଖେଳିବା ପାଇଁ ପ୍ରସ୍ତୁତ କରାଯାଇଥାଏ। ଏହି ଦୋଳି ଖେଳିବା ପାଇଁ ସଭିଙ୍କ ମନରେ ଉତ୍ସାହ ଭରି ରହିଥାଏ। ଘରେ ଘରେ ପିଠା ପଣା ଓ ଆମ୍ବ ପଣସର ଆସର ଜମିଥାଏ। ରଜ ପର୍ବଟି ପାଟଣା ଅଞ୍ଚଳର ଏକ ପାରମ୍ପରିକ ପର୍ବ, ରଜ ପର୍ବରେ ଘରେ ଘରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅ ମାନଙ୍କର ରଜ ଦୋଳି ପୁଚି ଖେଳ ସହ ପୁଅମାନଙ୍କର ଲୁଡୁ, ତାସ୍ ବାଗୁଡି ଆଦି ଖେଳ ସହିତ ଏହି ଦିନଟିକୁ ବେଶ ଧୁମଧାମରେ ପାଳନ କରି ଆସୁଛନ୍ତି। ଆସନ୍ତା ରଜ ପର୍ବ ଉପଲକ୍ଷେ କେନ୍ଦେଇପଶି ଖେଳ ପଡ଼ିଆରେ ରଜ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ୧୪ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରଜ ମହୋତ୍ସବ କେନ୍ଦେଇପଶି ଖେଳ ପଡିଆରେ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଥିବା କେନ୍ଦୁଝର ରାଣୀ ସୁନନ୍ଦିନୀ ଭଞ୍ଜଦେଓ ଏବଂ ନବନିର୍ବାଚିତ ବିଧାୟକ ଅଖିଳ ଚନ୍ଦ୍ର ନାଏକ ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେବେ ବୋଲି କାର୍ଯ୍ୟକ୍ରମ ରହିଛି। କେନ୍ଦେଇପଶି ରଜ କମିଟି ସଭାପତି ଅଶୋକ କୁମାର ସାହୁ, ଯୋଗଗୁରୁ ଦିବ୍ୟ ଲୋଚନ ସାହୁ, ସମାଜସେବୀ ମିତ୍ରଭାନୁ ନାଏକ, ଆତ୍ତତ୍ରାଣ ସାହୁ, ସୁମନ୍ତ ବେହେରା, ବିଜୟ କୁମାର ମହାନ୍ତ ପ୍ରମୁଖ କେନ୍ଦୁଝର ରାଣୀଙ୍କ ବସଭବନକୁ ଯାଇ ନିମନ୍ତ୍ରଣ ପତ୍ର ଦେଇଛନ୍ତି।

ରାତି ସାରା ଏସିରେ ଶୋଇବା ଶରୀର ପାଇଁ ବିପଦ ; ଦେଖାଦେବ ୫ଟି ମୁଖ୍ୟ ସମସ୍ୟା..

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories