ଚୀନକୁ ୪୦୦୦ କୋଟି ଋଣ ପରିଶୋଧ କରିବ ପାକିସ୍ତାନ
ଇସଲାମାବାଦ : ଚୀନକୁ ପାକିସ୍ତାନ ୪୦୦୦କୋଟି ଡଲାର ଋଣ ପରିଶୋଧ କରିବ। ଆଗାମୀ ୨୦ବର୍ଷ ମଧ୍ୟରେ ପାକିସ୍ତାନକୁ ଏହି ଋଣ ପରିଶୋଧ କରିବାକୁ ପଡିବ। ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)େର ଚୀନ ଯେଉଁ ପୁଞ୍ଜିନିବେଶ କରିଛି ସେହି ଅର୍ଥ ବାବଦକୁ ପାକିସ୍ତାନ ଏହି ଋଣ ପରିଶୋଧ କରିବ। ସିପିଇସି ଲାଗି ଚୀନ ଠାରୁ ନିଜର ଅଂଶଧନ ଓ ଋଣ ବାବଦକୁ ପାକିସ୍ତାନ ୨୬୫୦କୋଟି ଡଲାର ଆଣିଛି। ଏହି ମୂଳଧନ ୨୬୫୦ କୋଟି ଡଲାର ସହିତ ସୁଧ ବାବଦକୁ ପାକିସ୍ତାନ ୪୦୦୦କୋଟି ଡଲାର ପରିଶୋଧ କରିବ।