www.samajalive.in
Sunday, December 7, 2025
18.1 C
Bhubaneswar

୧୫ ଜୁନରୁ ୪ଟି ରାଜଯୋଗ ; ୫ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ; ଖାଲି ମିଳିବ ସଫଳତା, ଧନ, ଖୁସି ଖବର.. 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ ଜୁନ ୨୦୨୪ରେ ଶୁକ୍ର ରାଶି ପରିବର୍ତ୍ତନ କରି ମିଥୁନ ରାଶିରେ ପ୍ରବେଶ କରିବେ। ଏହାସହ ୧୪ ଜୁନରେ ବୁଧ ରାଶି ପରିବର୍ତ୍ତନ କରି ମିଥୁନ ରାଶିରେ ଶୁକ୍ରଙ୍କ ସହ ଏକାଠି ହେବେ। ଏହାଦ୍ୱାରା ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି ହେବ। ଏହାପର ଦିନ ଅର୍ଥାତ ୧୫ ଜୁନ ୨୦୨୪ରେ ସୂର୍ଯ୍ୟ ମଧ୍ୟ ମିଥୁନ ରାଶିରେ ପ୍ରବେଶ କରିବେ। ୩ଟି ଗ୍ରହ ଏକାଠି ହେବା ଦ୍ୱାରା ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବ। ବୁଧ ଓ ସୂର୍ଯ୍ୟ ଏକାଠି ହେବା ଦ୍ୱାରା ବୁଦ୍ଧାତିଥ୍ୟ ଯୋଗ ସୃଷ୍ଟି ହେବ। ଶୁକ୍ର ଓ ସୂର୍ଯ୍ୟ ଏକାଠି ହେବା ଦ୍ୱାରା ଶୁକ୍ରାଦିତ୍ୟ ରାଜଯୋଗ ସୃଷ୍ଟି ହେବ। ଏହିପରି ଭାବେ ୧୫ ଜୁନରୁ ୪ଟି ରାଜଯୋଜ ସୃଷ୍ଟି ହେବାକୁ ଯାଉଛି। ଏହି ରାଜଯୋଗ ୫ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସୁବର୍ଣ୍ଣ ସମୟ ଆରମ୍ଭ ହେବ। ଅନେକ ସଫଳତା ମିଳିବ। ବ୍ୟବସାୟରେ ଲାଭ ହେବ। ଜାଣନ୍ତୁ..

ବୃଷ – ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ରାଜଯୋଗ ଭୂମି, ଯାନ ଆଦି କ୍ଷେତ୍ରରେ ସଫଳତା ମିଳିବ। ଧନ ଓ ସମ୍ମାନ ବଢିବ। ବ୍ୟବସାୟରେ ଲାଭ ମିଳିବ। ଚାକିରି କରୁଥିବା ବ୍ୟକ୍ତି ବିଶେଷ ଲାଭବାନ୍ ହେବେ। ପଦନ୍ନୋତିର ସମ୍ଭାବନା ରହିଛି। ଅଟକି ଥିବା ଟଙ୍କା ମିଳିବ। ସରକାରୀ ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଅନେକ ଲାଭ ମିଳିବ।

- Advertisement -

ମିଥୁନ – ଏହି ରାଶିର ବ୍ୟକ୍ତି ବିଶେଷ ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବା ସହ ସଞ୍ଚୟ ବୃଦ୍ଧି ହେବ।

ସବୁବେଳେ ଏସିରେ ରହିଲେ ତ୍ୱଚା ଉପରେ ପଡେ କି କି ପ୍ରଭାବ: କେମିତି ପାଇବେ ରକ୍ଷା..

ସିଂହ – ବ୍ୟବସାୟରେ ଲାଭବାନ୍ ହେବେ। ଧନ ଲାଭ ହେବ। ଚାକିରିରେ ପଦନ୍ନୋତି ହେବ। ଦୀର୍ଘ ଦିନର ଆଶା ପୂରଣ ହେବ। କାର୍ଯ୍ୟରେ ସଫଳତା ମିଳିବ। ପରିବାରରେ ହସଖୁସିର ବାତାବରଣ ରହିବ।

କନ୍ୟା – କର୍ମକ୍ଷେତ୍ରରେ ସଫଳତା ମିଳିବ। ଜୀବନରେ ସକରାତ୍ମକ କାର୍ଯ୍ୟ ବଢିବ। ଘର ପରିବାର ସହ ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ଉତ୍ତମ ସମୟ ଅତିବାହିତ କରିବେ। ସୁଖସମୃଦ୍ଧି ବୃଦ୍ଧି ହେବ।

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଲାଭ ମିଳିବ। ଧନ ସମ୍ପତ୍ତି ବୃଦ୍ଧି ହେବ। ଆୟରେ ବୃଦ୍ଧି ହେବ। ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ। ଜୀବନରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ମଜଭୂତ ହେବ। ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories