www.samajalive.in
Saturday, December 13, 2025
27.1 C
Bhubaneswar

ପ୍ରଜାପିତା ବ୍ରହ୍ମାକୁମାରୀ ପକ୍ଷରୁ ଗ୍ରୀଷ୍ମକାଳୀନ ଶିଶୁ ଶିବିର ଉଦ୍‌‌ଯାପିତ

କେନ୍ଦୁଝରଗଡ଼: ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ଶାଖା ପକ୍ଷରୁ ପୁରୁଣାବଜାରସ୍ଥିତ ନବନର୍ମିିତ ସୁଖଶାନ୍ତି ସରୋବର ପ୍ରାଙ୍ଗଣରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ୩ଦିନିଆ ଶିଶୁ ଶିବିର ପ୍ରଶିକ୍ଷଣ ରବିବାର ଅପରାହ୍ନରେ ଉଦ୍‌‌ଯାପିତ ହୋଇଯାଇଛି। ମୋଟ ୮୩ଜଣ ଶିବିରାର୍ଥୀ ଏହି ଶିବିରରେ ଯୋଗଦେଇ ଦଳଗତ ଦକ୍ଷତା ବିକାଶ ଓ ମନୋରଞ୍ଜନଧର୍ମୀ କ୍ରୀଡା ମାଧ୍ୟମରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଶିବିରର କାର୍ଯ୍ୟସୂଚୀ ଅନୁଯାୟୀ ପ୍ରତ୍ୟହ ସକାଳ ୬ଟାରେ ଶାରିରୀକ ବ୍ୟାୟାମ ଠାରୁ ଆରମ୍ଭ କରି ରାତି ୮ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଶିବିରର ଦ୍ୱିତୀୟ ଦିବସ ଶନିବାର ସ୍ଥାନୀୟ ଶିଶୁ ପାର୍କରେ ଶିବିରାର୍ଥୀଙ୍କୁ ନେଇ ବଣଭୋଜି ଆୟୋଜନ ସହ ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ପ୍ରବନ୍ଧ, କୁଇଜ ଆଦି ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ସେବାକେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ବିନ୍ଦୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବଡବିଲ କେନ୍ଦ୍ର ମୁଖ୍ୟ ବ୍ରହ୍ମାକୁମାରୀ ଜୟନ୍ତୀ, ବ୍ରହ୍ମାକୁମାରୀ ମିନତୀ, ବ୍ରହ୍ମାକୁମାରୀ ପ୍ରତିଭା, ମୁକୁନା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ବ୍ରହ୍ମାକୁମାରୀ ଜୟନ୍ତୀ, ବ୍ରହ୍ମାକୁମାର କୁଳମଣୀ, କୃତ୍ତିବାସ, ଝରିଲାଲ ପ୍ରମୁଖ ଶିବିରାର୍ଥୀଙ୍କୁ କାହାଣୀ ଓ ନୃତ୍ୟଗୀତ ମାଧ୍ୟମରେ ନୈତିକ ମୁଲ୍ୟବୋଧ, ଉତ୍ତମ ଚରିତ୍ର ଗଡନ, ରାଜଯୋଗ ମାଧ୍ୟମରେ ଛାତ୍ରଜୀବନରେ ଏକାଗ୍ରତା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ।

- Advertisement -

ରବିବାର ଶିବିରର ଅନ୍ତିମ ଦିବସରେ ସ୍ୱେଛାସେବୀ ସଙ୍ଗଠନ ଓସ୍କାର ସମ୍ପାଦିକା ତଥା ସମାଜସେବୀ ଦରିତ୍ରୀ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁରୁଜନଙ୍କୁ ସମ୍ମାନ ପ୍ରଦର୍ଶନ, ଭଲଗୁଣ ଶିଖିବା, ମୋବାଇଲର ମାତ୍ରାଧିକ ବ୍ୟବହାରରୁ କିଭଳି ନିଜକୁ ଦୁରେଇ ରଖିବା ଏବଂ ସମାଜରେ ଜଣେ ଭଲ ମଣିଷ ହୋଇ ଦେଶ ସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ଡାକ୍ତର ବିମଲ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀଙ୍କୁ ଉତ୍ସାହିତ କରିବା ସହ ଛାତ୍ର ଜୀବନରେ ବ୍ୟାୟାମ, ଏକାଗ୍ରତା ଓ ସୁଷମ ଖାଦ୍ୟର ଆବଶ୍ୟକତା ପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ବ୍ରହ୍ମାକୁମରୀ ଜୟନ୍ତୀ ଉଦ୍‌‌ଯାପନୀ ସମାରୋହକୁ ପରିଚାଳନା କରିଥିବା ବେଳେ ବ୍ରହ୍ମାକୁମାରୀ ମିନତୀ ଓ ଜୟନ୍ତୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀଙ୍କୁ ମାର୍ଗଦର୍ଶନ କରିଥିଲେ। ଶେଷରେ ଶିବିରରେ ଯୋଗ ଦେଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories