www.samajalive.in
Saturday, December 13, 2025
27.1 C
Bhubaneswar

ପାଣି ପାଇଁ ରାସ୍ତାରୋକ 

ଫୁଲବାଣୀ : ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପାନୀୟ ଜଳ ସଙ୍କଟ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି । ପାଣି ପାଇଁ କଲବଲ ହେଉଛନ୍ତି ଲୋକେ। ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ସମାଧାନ ହେଉନଥିବାରୁ ସୋମବାର ସକାଳୁ ଗ୍ରାମବାସୀମାନେ  ରାସ୍ତାରୋକ କରିଥିଲେ। ଗୁଦାରୀ ଆରଆଇ ଅଫିସ୍ ନିକଟସ୍ଥ ଫୁଲବାଣୀ-ଭୁବନେଶ୍ବର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ଫଳରେ ଏହି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।

ଲୋକଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତରେ ବହୁ ଦିନ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏନେଇ ଗ୍ରାମବାସୀ ପଞ୍ଚାୟତଠାରୁ ଆରମ୍ଭ କରି ଗୋଷ୍ଠୀ ଉନୟନ୍ନ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଲାପରେ ବି କୌଣସି ସମାଧାନ କରାଯାଇନି। ଫଳରେ ଗ୍ରାମବାସୀମାନେ ପାନୀୟଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ସେମାନେ ବାଧ୍ୟ ହୋଇ ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇବା ସହିତ ବାଲଟି, ଗରା ରଖି ରାସ୍ତା ଅବରୋଧ କରିଥିବା କହିଛନ୍ତି। ଘଟଣାସ୍ଥଳରେ ପୁଲିସ ଓ ଫୁଲବାଣୀ ଉପ ଜିଲ୍ଲାପାଳ ପହଞ୍ଚି ରାସ୍ତା ଅବରୋଧକାରୀମାନଙ୍କ ସହିତ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

- Advertisement -

 

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories