www.samajalive.in
Friday, December 5, 2025
17.1 C
Bhubaneswar

ସୁସ୍ଥ ତ୍ୱଚା ପାଇଁ କଣ କରିବେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଖରାଦିନ ହେଉ କି ଶୀତଦିନ ଚର୍ମ ରୋଗ ସମସ୍ତଙ୍କ ପାଇଁ ଏକ ସାଧାରଣ ରୋଗର ସମସ୍ୟା ଭାବେ ଉଭା ହୋଇଛି। ତେବେ କାହିଁକି ହୋଇଥାଏ ଚର୍ମ ରୋଗ, ଯଦି ଆପର ଏହି ରୋଗର ଶିକାର ହୋଇଛନ୍ତି ତେବେ କଣ ଖାଇବେ କଣ ନାହିଁ ଏବଂ କଣ ଏହାର ପ୍ରତିକାର ଚାଲନ୍ତୁ ଜାଣିବା। ବର୍ତ୍ତମାନ ସମୟରେ ସମସ୍ତେ ହେଲଦି ଓ ଫିଟ୍‌‌ ରହିବାକୁ ଚାହୁଁଛନ୍ତି। ସେଥିପାଇଁ ଯୋଗ ଓ ବ୍ୟାୟମ କରିବା, ଏବଂ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ। ଖରା ଓ ତାତି ବଢୁଥିବାରୁ ଚର୍ମ କଳା ପଡିବା ବ୍ରଣ ହେବା ଇତ୍ୟାଦି ସମସ୍ୟା ଦେଖାଯାଇଥାଏ। ଛୋଟ ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଯାଉଛି। କାରଣ ସେମାନଙ୍କର ହଜମ ପ୍ରକ୍ରିୟା ବିଗିଡିବାରେ ଲାଗିଛି। ତ୍ୱଚା ଶୁସ୍କ ହୋଇଗଲେ ସେଥିରେ ମୈଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ। ଆମର ଜୀବନଶୈଳୀ ପ୍ରଭାବ ତ୍ୱଚା ଉପରେ ପଡିଥାଏ। ଖାଇବା, ପିଇବା ଏବଂ ଶୋଇବାରେ ଅନିୟମିତତା ଯୋଗୁ ପ୍ରାୟ ସବୁ ବର୍ଗର ଲୋକେ ଚର୍ମ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ବ୍ରଣ ନହେବା ପାଇଁ ଆମେ କିପରି ଖାଦ୍ୟ ଖାଇବା ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ।

ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

- Advertisement -

ପାଉଡର ଖାଦ୍ୟ ଖାଇବାଠୁ ଦୂରେଇ ରୁହନ୍ତୁ। ଯେପରିକି ବେସନ, ଚାଉଳ ଚୂନା ପିଠା, ଅଟା ଓ ମଇଦା ତିଆରି ଖାଦ୍ୟଠୁ ଦୂରେଇ ରୁହନ୍ତୁ। ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଉଷୁନା ଭାତ, ମୁଗ ଡାଲି, ସବୁଜ ପରିବା, ପୋଟଳ, ଜହ୍ନୀ, ପାଳଙ୍ଗ, ସଜନା ଛୁଇଁ, ଶାଗ, କଲରା, ମେଥି ଏସବୁ ପିତ ଶାନ୍ତି କରିବା ପରିବା। ଏସବୁ ଖାଇବା ଦ୍ୱାରା ଆପଣ ସୁସ୍ଥ ରହିବା ସହ ତ୍ୱଚା ମଧ୍ୟ ସୁସ୍ଥ ରହିବ। ଆମିଷ, ରାଗ, ଖଟା ଓ ତୈଳ ଜାତୀୟ ଖାଦ୍ୟ ଖାଆନ୍ତୁୁନାହିଁ। ଏହା ପିତ ବଢାଇବା ଖାଦ୍ୟ ହୋଇଥିବାରୁ ଏସବୁ ଖାଇଲେ ତ୍ୱଚା ଉପରେ ଖରାପ ପ୍ରଭାବ ପଡିବା ସହ ବ୍ରଣ ହେବାର କାରଣ ପାଲଟିଥାଏ।

କିଛି ଜଣଙ୍କ ବ୍ରଣ ହେବା ପରେ ମୁହଁରେ କଳାଦାଗ ପଡିଥାଏ। ଏହାକୁ କମାଇବା ପାଇଁ ରାତିରେ ଜାଇଫଳ ବାଟି ଓ କଞ୍ଚା କ୍ଷୀର ଲଗାନ୍ତୁ। ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ। ଝାଞ୍ଜିପବନ ମୁହଁରେ ବଜାନ୍ତୁ ନାହିଁ। ଯଦି ଖରାରେ କେଉଁଠିକୁ ଯାଉଛନ୍ତି ତେବେ ପୁରା ହେଲମେଟ୍‌‌ ପିନ୍ଧନ୍ତୁ। ଅତ୍ୟଧିକ ଖରାରେ ଆମେ ବାହାରକୁ ବାହାରିଲେ ସନ୍‌‌ ସ୍କିନ୍‌‌ ଲୋସନ ଲଗାଇଥାଉ। ଯଦି ଆପଣଙ୍କର ଅଏଲି ସ୍କିନ୍‌‌ ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ସନ ସ୍କିନ୍‌‌ ଲୋସନ ଲଗାନ୍ତୁ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories