www.samajalive.in
Sunday, December 7, 2025
23.1 C
Bhubaneswar

ଆଞ୍ଚଳିକ ଆମ୍ବ ପ୍ରତି ବଢ଼ୁଛି ଚାହିଦା, ଲୋକଙ୍କୁ ଯୋଗାଇଛି ରୋଜଗାର 

କେନ୍ଦୁଝରଗଡ଼: ଜଙ୍ଗଲ ସମ୍ପଦରେ ଭରପୁର କେନ୍ଦୁଝର ଜିଲାର ପାରମ୍ପରିକ ବନବାସୀ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜିଲା ମୁଖ୍ୟାଳୟ ସମେତ ଜିଲାର ପ୍ରମୁଖ ସହରମାନଙ୍କରେ ବିକ୍ରି କରି ଦି’ପଇସା ରୋଜଗାର କରିବା ପରେ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। ବିଶେଷକରି ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ଘଟଗାଁ, ପାଟଣା ଓ ସଦର ବ୍ଲକ ଅଞ୍ଚଳବାସୀ ଗ୍ରୀଷ୍ମଋତୁରେ ନିକଟସ୍ଥ ଜଙ୍ଗଲରୁ ଆମ୍ବ, ପଣସ, ଜାମୁ ଆଦି ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଫଳ ସଂଗ୍ରହ କରି ପ୍ରମୁଖ ବଜାର ମାନଙ୍କରେ ବିକ୍ରି କରିଥାନ୍ତି। ବିଶେଷକରି ଆମ୍ରପଲ୍ଲୀ, ଦଶୋରୀ, ହେମସାଗର, କ୍ଷୀରସାଗର, ଲେଙ୍ଗଡା, କଲିଜାମୁଣ୍ଡା, ବାଇଗଣପଲେଇ, ମଲ୍ଲିକା, ଲାଟସୁନ୍ଦରୀ ଭଳି ବିଦେଶୀ ଆମ୍ବ ସହ ବିଭିନ୍ନ କିସମର ଦେଶୀ ଆମ୍ବ ଗତ କିଛିମାସ ଧରି ଜିଲାର ଗ୍ରାମଞ୍ଚଳ ଲୋକଙ୍କୁ ଯୋଗାଇଛି ରୋଜଗାର। କେନ୍ଦୁଝର ସହରରେ ବ୍ୟବସାୟ କରୁଥିବା ରାଜ୍ୟ ବାହାରର ଫଳ ବ୍ୟବସାୟୀ ଜିଲାର ଗ୍ରାମାଞ୍ଚଳରେ ପହଞ୍ଚି ଚାଷୀଙ୍କଠାରୁ ବହୁ କମ୍‌‌ ଦାମରେ ଆମ୍ବକୁ କିଣି କେନ୍ଦୁଝରରେ କି.ଗ୍ରା. ପ୍ରତି ୮୦ରୁ ୧୦୦ଟଙ୍କା ବିକ୍ରି କରୁଥିବାବେଳେ ଚାଷୀ ଗ୍ରାମାଞ୍ଚଳ ବଜାରରେ ସେହି ସମାନ ଆମ୍ବକୁ କି.ଗ୍ରା. ପ୍ରତି ୩୦ରୁ ୫୦ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଗ୍ରାହକ ମଧ୍ୟ ଆମ୍ବ ନିଜ ହାତପାହାନ୍ତାରେ ପାଇ ବେଶ୍‌‌ ଖୁସି ବ୍ୟକ୍ତ କରୁଥିବା ବେଳେ ଆମ୍ବର ମଜା ନେଉଛନ୍ତି। କେନ୍ଦୁଝର ଆମ୍ବର ବେଶ୍‌‌ ଚାହିଦା ଥିବାବେଳେ କେବଳ କେନ୍ଦୁଝର ନୁହେଁ କଟକ, ଭୁବନେଶ୍ୱର ଓ ରାଜ୍ୟ ବାହରକୁ ମଧ ଆମ୍ବ ବିକ୍ରି ପାଇଁ ପ୍ରତିବର୍ଷ ଯାଇଥାଏ। ଏହି ଆମ୍ବର ପ୍ରକ୍ରିୟାକରଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଗଲେ ଆମ୍ବର ଅଭାବି ବିକ୍ରିକୁ ରୋକାଯିବା ସହ ଚାଷୀ ବିଶେଷ ଲାଭବାନ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଆସୁଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories