www.samajalive.in
Sunday, December 7, 2025
18.1 C
Bhubaneswar

ଏଣିକି ଅଟକିବନି ଗାଡି, ଏମିତି କଟିବ ପଥ କର

ନୂଆଦିଲ୍ଲୀ : ଯଦି ଆପଣ ଜାତୀୟ ରାଜପଥରେ କାର୍ ବା ବସରେ ଯାତ୍ରା କରୁଛନ୍ତି ତେବେ ଏହି ଖବର ପଢି ଆପଣ ଖୁସି ହୋଇଯିବେ । ଗାଡିର ଟୋଲ ପାଇଁ ଫାଷ୍ଟ୍ୟାଗ୍ ସୁବିଧା ଲାଗୁ ହେବା ପରେ ମଧ୍ୟ ଟୋଲ୍ ପ୍ଲାଜା ଅତିକ୍ରମ କରିବା ପାଇଁ ଅନେକ ସମୟ ଲାଗିଯାଏ । କିନ୍ତୁ ଏବେ ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଏହି ସମସ୍ୟାରୁ ମୁକ୍ତି ମିଳିବ । ଏନଏଚଏଆଇ ତରଫରୁ ଏମିତି ସୁବିଧା ଉପରେ କାମ କରାଯାଉଛି ଯେଉଁଥିରେ ଆପଣଙ୍କୁ ଟୋଲ୍ ପ୍ଲାଜାରେ ଅଧିକ ସମୟ ଲାଗିବନି ଏବଂ ସହଜରେ ଟୋଲ ପୈଠ ହୋଇଯିବ । ଏହି ସୁବିଧା ଲାଗୁ ହେବା ଫଳରେ ଆପଣଙ୍କୁ ଟୋଲରେ କୌଣସି ପ୍ରକାର ବାଧା ଲାଗିବନି ଏବଂ ଆପଣଙ୍କ ଗାଡି ବିନା ଦ୍ବିଧାରେ ଯାତ୍ରା କରିବ । ଏହାକୁ ନଜରରେ ରଖି ଏନଏଚଏଆଇ ବିଶ୍ବର ଅନେକ ଦେଶରୁ ନୂଆ କୌଶଳ ମଗାଉଛି ।

ବୈଦୁତିକ କର ଆଦାୟ କରିବା ଏହାର ଉଦ୍ଦେଶ୍ୟ । ଏହା ଗ୍ଲୋବାଲ ନେଭିଗେସନ ସାଟେଲାଇଟ୍ ସିଷ୍ଟମ(ଜିଏନଏସ୍ଏସ୍) ଉପରେ ଆଧାରିତ ହେବ । ଏହା ଫଳରେ ଗାଡିରୁ କର ଆଦାୟ କାମ ସରଳ ହୋଇଯିବ । ପ୍ରାରମ୍ଭରେ ଉଭୟ ସୁବିଧା ଏକାଠି କାମ କରିବେ । ଅର୍ଥାତ୍ ଗାଡିରେ ଏବେ ଯେଉଁ ଫାଷ୍ଟ୍ୟାଗ୍ ଲାଗିଛି ତା ମଧ୍ୟ କାମ କରିବ ଏବଂ ନୂଆ ଜିଏନଏସଏସ୍ ବିଶିଷ୍ଟ ସୁବିଧା ମଧ୍ୟ ବ୍ୟବହାର ହେବ । ଯେଉଁ ଗାଡିରେ ଜିଏନଏସଏସ୍ ଆଧାରିତ ସୁବିଧା ସକ୍ରିୟ ହେବ ସେହି ଗାଡିପାଇଁ ଟୋଲ ପ୍ଲାଜାରେ ଅଲଗା ଲେନ୍ ହେବ । ଏହି ଲେନରେ କାର୍ ଯାତ୍ରା କରିବା ସମୟରେ ଅଟକିବା ଦରକାର ପଡିବନି । ଧିରେ ଧିରେ ପୁରୁଣା ଲେନ୍ ସମାପ୍ତ କରି ସବୁଆଡେ ଜିଏନଏସଏସ୍ ଲେନ୍ ପ୍ରସ୍ତୁତ ହେବ ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories