www.samajalive.in
Saturday, December 6, 2025
26.1 C
Bhubaneswar

ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ସମ୍ଭାବନା

ଲକ୍ଷ୍ମୀପୁର: ରବିବାର ରାଜ୍ୟ ବରିଷ୍ଠ ବିଜେପି ନେତା ତଥା ବ୍ରଜରାଜନଗର ନବନିର୍ବାଚିତ ବିଧାୟକ ବିଧାୟକ ସୁରେଶ ପୂଜାରୀଙ୍କୁ ଦିଲ୍ଲୀରୁ ଡାକରା ଆସିଛି। ଯାହାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କାରଣ ଆଜି ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସହିତ ଅନ୍ୟ ମନ୍ତ୍ରୀ ମାନେ ଶପଥ ନେବେ। ଆସନ୍ତାକାଲି ଓଡିଶାରେ ପ୍ରଥମ କରି ଭାଜପା ସରକାର ଗଠନ ସହିତ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ମାନେ ଶପଥ ଗ୍ରହଣ କରିବେ। ତେବେ ସୁରେଶ ପୂଜାରୀ ବିଧାୟକ ଥିବା ବେଳେ ତାଙ୍କୁ କଣ ପାଇଁ ଦିଲ୍ଲୀରୁ ଡାକରା ଆସିଛି ତାହାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ସମ୍ଭାବ୍ୟ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନଥିବାରୁ ଏକ ପ୍ରକାର ତାଙ୍କୁ ମୁଖ୍ୟମନ୍ତ୍ରୀ କାରାଯିବ ବୋଲି ବୋଧହୁଏ ସ୍ଥିର ହୋଇ ସାରିଛି। ସେହିପରି ଯଦି ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ହୁଅନ୍ତି ଧର୍ମେନ୍ଦ୍ରଙ୍କୁ ପଶ୍ଚିମ ଓଡିଶା ନେତା ଭାବେ ବିବେଚନା କରାଯାଉଥିବା କାରଣରୁ ଅନୁମାନ କରାଯାଉଛି ସୁରେଶ ପୂଜାରୀଙ୍କୁ ମୁଖ୍ୟ ମନ୍ତ୍ରୀ କରାଯିବାର ସମ୍ଭାବନା ନାହିଁ।

ସରକାର ଗଠନରେ ‘N’ ନାମଧାରୀ ବ୍ୟକ୍ତିଙ୍କ ପ୍ରଭାବ, ଜାଣନ୍ତୁ ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି ବ୍ୟକ୍ତିଙ୍କ ସ୍ୱଭାବ…

- Advertisement -

ସେହିପରି ପଶ୍ଚିମ ଓଡିଶାରୁ ଯଦି ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହୁଅନ୍ତି ତା ହେଲେ ସୁରେ ପୂଜାରୀଙ୍କୁ ପଶ୍ଚିମ ଓଡିଶାରୁ ଉପମୁଖ୍ୟମନ୍ତ୍ରୀ କରାଯିବା ସମ୍ଭାବନା ନାହିଁ। ତେବେ କଣ ପାଇଁ ସୁରେଶଙ୍କୁ ଦିଲ୍ଲୀରୁ ଡାକରା ଆସିଲା। ଅନ୍ୟ ଏକ ଆଲୋଚନା ଅନୁଯାଯୀ ଧର୍ମେନ୍ଦ୍ର ପ୍ରଧାନ ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି ତାଙ୍କୁ ଯେକୌଣସି ବିଧାନସଭା ଆସନରୁ ଉପନିର୍ବାଚନ ଜିତି ବିଧାନସଭାକୁ ଯିବାକୁ ହେବ। ତେଣୁ ସୁରେଶଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଶ୍ରୀ ପୂଜାରୀ ବ୍ରଜରାଜନଗର ବିଧାନସଭା ଛାଡିବା ସହିତ ସମ୍ବଲପୁର ଲୋକସଭା ଆସନରେ ପ୍ରାର୍ଥୀ ହୋଇ ସୁରେଶ ଲୋକସଭାକୁ ଯିବାର ସମ୍ଭାବନା ଥିବାରୁ ତାଙ୍କୁ ଦିଲ୍ଲୀରୁ ଡାକରା ଆସିଥାଇ ପାରେ ବୋଲି ଚର୍ଚ୍ଚା ହେଉଛି।

ନିମନ୍ତ୍ରଣ ନାହିଁ, ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବନି ଇଣ୍ଡିଆ ମେଣ୍ଟ

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories