www.samajalive.in
Saturday, December 6, 2025
14.1 C
Bhubaneswar

କାଠ ଗଣ୍ଡି ଭରସାରେ ଘର, ଦିବ୍ୟାଙ୍ଗ ଦମ୍ପତ୍ତି ପାଇଁ ସାତ ସପନ ଆବାସ ଯୋଜନା

ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ବାଟିଗୁଡ଼ା ଗାଁରେ ରହୁଛନ୍ତି ଦିବ୍ୟାଙ୍ଗ ଦମ୍ପତ୍ତି। ପରିବାର କହିଲେ ପୁରୁନ ଆଉ ତାଙ୍କ ସ୍ତ୍ରୀ ଡ଼ାଲ ଦଳପତି, ନା ଅଛି ପୁଅ ନା ଅଛି ଝିଅ। ଯିଏ ଏମାନଙ୍କ ଯତ୍ନ ନେବ। ଭଗବାନ ଭରସାରେ ଦୁଇ ଜୀବନ। ଘରର ଅବସ୍ଥା ନକହିବା ହିଁ ଭଲ। ଭଙ୍ଗା ଦଦରା ଘରେ ଜୀବନ କଟୁଛି, ଝଡ଼ି ତୋଫାନ ମାଟି ଘରକୁ ଖଣ୍ଡ ଖଣ୍ଡ କରି ଦେଇଛି। କାଠ ଗଣ୍ଡି ଭରସାରେ ଏବେ ବିତୁଛି ଜୀବନ। ଦିନ ମଜୁରିଆ ଭାବେ କାମ କରି କୁଟୁମ୍ଭ ପୋଷନ୍ତି ପୁରୁନ। ତାଙ୍କ ସ୍ତ୍ରୀ ଦିବ୍ୟାଙ୍ଗ ହୋଇଥିବା ବେଳେ ପୂରୁନଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଉଛି। ଧିରେ ଧିରେ ଆଉ ଗୋଟାଏ ଆଖି ନଷ୍ଟ ହେବାକୁ ବସିଲାଣି। ବାପ ଅମଳର ଜମି ଖଣ୍ଡିକରେ ପର ଭରସାରେ ଚାଷ କାମ କରନ୍ତି ଆଉ ଘର କାମଧନ୍ଦା କଷ୍ଟମଷ୍ଟେ ଚଳେଇ ନିଅନ୍ତି । ସରକାରୀ ସହାୟତା କହିଲେ କେବଳ ଚାଉଳ ଗଣ୍ଡେ। ଭଙ୍ଗା ଘରେ ରହି ଦୀର୍ଘ ବର୍ଷ ହେବ ଆବାସ ଘର ସ୍ବପ୍ନ ଦେଖୁଛନ୍ତି। ଅଥଚ ସରକାରଙ୍କ ଏତେ ଯୋଜନା ଥାଇ ମଧ୍ୟ କିଭଳି ବଞ୍ଚିତ ହେଉଛନ୍ତି ପୁରୁନ ଓ ତାଙ୍କ ସ୍ତ୍ରୀ ଡ଼ାଲ। ପକ୍କା ଘର ଖଣ୍ଡିଏ ପାଇଁ ଏମାନେ ପଞ୍ଚାୟତରୁ ବ୍ଲକ ଦଉଡ଼ି ଦଉଡ଼ି ଏମାନଙ୍କର ଚପଲ ଘୋରିଗଲାଣି ସିନା ସରକାରୀ ସ୍ତରରେ ତାଙ୍କୁ ପକ୍କା ଘର ଖଣ୍ଡେ ମିଳି ପାରୁନାହିଁ। ଏମାନେ ଭତ୍ତା କଣ ଜାଣିନାହାନ୍ତି। କେମିତି ମିଳେ, କୋଉଠି ମିଳେ, କିଏ ଦିଅନ୍ତି। ଏ ନେଇ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କୁ ପଚାରିବାରୁ ଆମେ ବହୁତ ଦୁଃଖିତ ଯେ ଏଭଳି ଲୋକ ଆଜିବି ଭତ୍ତା ପାଇବାରୁ ବଞ୍ଚିତ ରହୁଛନ୍ତି କଣ ସମସ୍ୟା ରହିଛି ତାହା ଦେଖି ଅନଲାଇନ୍ କରିଦିଆଯିବ ଆଉ ଯଥାଶୀଘ୍ର ଏମାନେ ଯେମିତି ଭତ୍ତା ପାଇବେ ସେ ନେଇ ଚେଷ୍ଟା କରିବୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories