www.samajalive.in
Sunday, December 14, 2025
16.1 C
Bhubaneswar

ମାସିକ ୨୫ ହଜାର ବେତନ ଥିଲେ ବି ହୋଇପାରିବେ କୋଟିପତି, ଲାଗିବ ଏତିକି ସମୟ… ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ସମାଜ ଡିଜିଟାଲ ଡେସ୍କ: ୨୫ ହଜାର ଟଙ୍କା ମାସିକ ବେତନ ଥିଲେ ଜଣେ ବ୍ୟକ୍ତି କୋଟିପତି ହେବା କଷ୍ଟକର ମନେହେଉଥିବ। କିନ୍ତୁ ଏହା ଅସମ୍ଭବ ନୁହେଁ। ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିୟମିତ ନିବେଶ ଦ୍ୱାରା ଏହି ଲକ୍ଷ୍ୟ ହାସଲ ହୋଇପାରିବ। ମ୍ୟୁଚୁଆଲ ଫଣ୍ଡ ଏସଆଇପି(ସିଷ୍ଟମେଟିକ ଇନ୍‌‌ଭେଷ୍ଟମେଣ୍ଟ ପ୍ଲାନ)ରେ ନିବେଶ ଦ୍ୱାରା ଏହା ସମ୍ଭବ ହୋଇପାରିବ। କାରଣ ଏସଆଇପିରେ କମ୍ପାଉଣ୍ଡିଂ ସୁଧ ସୁବିଧା ରହିଥିବାରୁ କମ୍‌‌ ନିବେଶ କରି ମଧ୍ୟ ଦୀର୍ଘ ସମୟରେ ଅଧିକ ସଞ୍ଚୟ କରିହେବ।

କ’ଣ ରହିଛି ପ୍ରକ୍ରିୟା:

- Advertisement -

ଆୟର ଏକ ବଡ଼ ଅଂଶ ଏସଆଇପିରେ ନିବେଶ କରିବାକୁ ପରାମର୍ଶ ଦିଆଯାଇ ନ ଥାଏ। ବରଂ ଦୀର୍ଘକାଳୀନ ଆର୍ଥିକ ଲକ୍ଷ୍ୟ ହାସଲ ପାଇଁ ମାସିକ ବେତନର ୧୫-୨୦ ପ୍ରତିଶତ ନିୟମିତ ସଞ୍ଚୟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ କମ୍‌‌ ଅର୍ଥ ନିବେଶ କରୁଛନ୍ତି, ତେବେ ଲକ୍ଷ୍ୟ ହାସଲ କରିବାକୁ ଅଧିକ ସମୟ ଲାଗିବ।

ଯଦି ୧୨% ବାର୍ଷିକ ରିଟର୍ନ ଦେଉଥିବା ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ ଯୋଜନାରେ ପ୍ରତିମାସରେ ୪ ହଜାର ଟଙ୍କା ନିବେଶ କରାଯାଏ ତେବେ ତାହା ୧ କୋଟି ଟଙ୍କାରେ ପରିଣତ ହେବା ପାଇଁ ୨୮ ବର୍ଷ (୩୩୯ ମାସ) ସମୟ ଲାଗିଥାଏ। ଇକୋନୋମିକ୍‌‌ ଟାଇମ୍ସ ବିଶ୍ଳେଷଣ ଅନୁସାରେ, ଆପଣଙ୍କୁ ଏଥିପାଇଁ ବିନା କୌଣସି ବାଧାରେ ଲଗାତର ନିବେଶ କରିବା ଜରୁରୀ।

ଯଦି ମାସିକ ନିବେଶ ୫ ହଜାରକୁ ବଢ଼଼ାଇ ଦିଆଯାଏ, ତେବେ ୧୨% ସୁଧ ହିସାବରେ ୧କୋଟି ଟଙ୍କା ହେବା ପାଇଁ ୨୬ ବର୍ଷ (୩୧୭ମାସ) ସମୟ ଲାଗିବ। ସେହିପରି ବେତନର ୩୦% ଅର୍ଥାତ ମାସିକ ୭୫୦୦ ଟଙ୍କା ଯଦି ଏସଆଇପିରେ ନିବେଶ କରାଯାଏ ତେବେ ୨୩ ବର୍ଷ ବା ୨୭୬ ମାସ ମଧ୍ୟରେ ତାହା ୧ କୋଟିରେ ପରିଣତ ହୋଇଯିବ। ମାସିକ ୧୦ ହଜାର ଟଙ୍କା ଜମା କଲେ ୨୦ ବର୍ଷ ମଧ୍ୟରେ ୧ କୋଟି ଟଙ୍କା ହୋଇପାରିବ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories