www.samajalive.in
Sunday, December 7, 2025
14.1 C
Bhubaneswar

ଅନଲାଇନ ଠକେଇ ରୋକିବାକୁ ନୂଆ ବ୍ୟବସ୍ଥା ଆଣିବ ଆରବିଆଇ

ନୂଆଦିଲ୍ଲୀ: ଅନଲାଇନ ଠକେଇ ରୋକିବାକୁ ଆରବିଆଇ ଆପଣାଇବାକୁ ଯାଉଛି ନୂଆ ବ୍ୟବସ୍ଥା। ଏଥିପାଇଁ ଡିଜିଟାଲ ପେମେଣ୍ଟ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ସୃଷ୍ଟି କରିବ ଆରବିଆଇ। ଅନଲାଇନ ଠକେଇ ରୋକିବା ଏବଂ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ମଜବୁତ କରିବାରେ ଏହି ପ୍ଲାଟଫର୍ମ ପ୍ରଭାବଶାଳୀ ବୋଲି ପ୍ରମାଣିତ ହେବ। ଏହି ପ୍ଲାଟଫର୍ମ ପ୍ରତିଷ୍ଠା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌‌ ଇଣ୍ଡିଆ ଏକ କମିଟି ଗଠନ କରିଛି। ଯାହାକି ଏହାର ବିଭିନ୍ନ ଦିଗକୁ ବିଚାର କରିବା ପରେ କାର୍ଯ୍ୟ କରିବ। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟିର ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି।
ଏହି ଡିଜିଟାଲ ପେମେଣ୍ଟ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ସୃଷ୍ଟି କରିବା ଦ୍ୱାରା ଅନେକ ଲାଭ ହେବ। ନେଟୱର୍କ ସ୍ତରର ବୃଦ୍ଧି ଏବଂ ଟଙ୍କା ନେଣଦେଣର ପ୍ରକୃତ ସମୟ ତଥ୍ୟ ବଣ୍ଟନ ଡିଜିଟାଲ ଠକେଇକୁ ରୋକିବାରେ ବହୁତ ସହାୟକ ହେବ। ଭାରତରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଥାଏ। ଉପଭୋକ୍ତାମାନଙ୍କ ପାଇଁ ଡିଜିଟାଲ କାରବାରର ସୁରକ୍ଷା ଉପରେ ଅନେକ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ଡିଜିଟାଲ ଯୁଗରେ ଆରବିଆଇ ଡିଜିଟାଲ ଦେୟର ସୁରକ୍ଷା ନିଶ୍ଚିତ କରିବାକୁ ଅନେକ ପଦକ୍ଷେପ ନେଇଛି। ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଗ୍ରାହକଙ୍କ ସୁରକ୍ଷା ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories