www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ: ମହାକାଶରେ ପହଞ୍ଚିବା ପରେ କେମିତି ଖୁସିରେ ନାଚୁଛନ୍ତି ସୁନୀତା ୱିଲିୟମ୍‌‌ସ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍‌‌ସ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ମହାକାଶ ଯାତ୍ରା କରିଛନ୍ତି। ତାଙ୍କର ଏହି ଯାତ୍ରା ସଫଳ ହୋଇଛି। ବୋଇଂ ଷ୍ଟାରଲାଇନର୍‌‌ ମହାକାଶ ଯାନ ଦ୍ୱାରା ସୁନୀତା ଏବଂ ତାଙ୍କ ସହ ପାଇଲଟ୍‌‌ ବଚ୍‌‌ ୱିଲମୋର୍‌‌ ମହାକାଶରେ ଅବତରଣ କରିଛନ୍ତି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ସୁନୀତାଙ୍କ ମହାକାଶ ଯାନ ପହଞ୍ଚିଛି। ଏହି ଅବସରରେ ଖୁସିରେ ଆତ୍ମବିଭୋର ହୋଇ ସୁନୀତା ନାଚୁଥିବାର ଦେଖୁଥିବା ମିଳିଥିଲା। ଏହି ମହାକାଶ ଯାତ୍ରା ଦ୍ୱାରା ସୁନୀତା ଏକ ଐତିହାସିକ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି। ମହାକାଶ ଯାତ୍ରାରେ ସେ ପ୍ରଥମ ମହିଳା ପାଇଲଟ ସହିତ ଏକ ନୂଆ ସ୍ପେସ୍‌‌କ୍ରାଫ୍ଟକୁ ଚଳାଇବାର ରେକର୍ଡ କରିଛନ୍ତି।

- Advertisement -

ସୁନୀତା ଏବଂ ତାଙ୍କ ସହ ପାଇଲଟ୍‌‌ ଗୁରୁବାର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। ସେମାନେ ପହଞ୍ଚିବା ପରେ ମହାକାଶ କେନ୍ଦ୍ରରେ ଥିବା ଅନ୍ୟ ମହାକାଶଚାରୀମାନେ ପାରମ୍ପରିକ ବେଲ୍‌‌ ବଜାଇ ଉଭୟଙ୍କୁ ସ୍ୱାଗତ କରିଥିଲେ। ସୁନୀତା ସେଠାରେ ପହଞ୍ଚିବା ପରେ ବେଶ୍‌‌ ଖୁସି ଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ଗତ ବୁଧବାର ଦିନ ଫ୍ଲୋରିଡାସ୍ଥିତ କେପ୍‌‌ କାନାଭେରାଲ ସ୍ପେଶ୍‌‌ ଫୋର୍ସ ଷ୍ଟେଶନରୁ ସୁନୀତା ଏବଂ ୱିଲମୋର ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ୨୬ ଘଣ୍ଟାର ଯାତ୍ରା ପରେ ସେମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। ସ୍ପେସ୍‌‌କ୍ରାଫ୍ଟରେ ସାମାନ୍ୟ ବୈଷୟିକ ତ୍ରୁଟି ଯୋଗୁ ସେମାନେ ୧ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ।

ବୋଇଂ ଷ୍ଟାରଲାଇନର ସ୍ପେସକ୍ରାଫ୍ଟଟି ସ୍ପେସ୍‌‌ଏକ୍ସ କ୍ରିୟୁ ମଡ୍ୟୁଲର ଉପଯୁକ୍ତ ବିକଳ୍ପ ହୋଇପାରିବ କି ନାହିଁ ତାହାର ପରୀକ୍ଷଣ ପାଇଁ ଏହି ଯାତ୍ରା ଆୟୋଜନ କରାଯାଇଛି ବୋଲି ନାସା ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଅନେକ ଥର ସୁନୀତା ଏହି ସ୍ପେସ୍‌‌କ୍ରାଫ୍ଟରେ ମହାକାଶ ଯାତ୍ରା କରିବାକୁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ବୈଷୟିକ ତ୍ରୁଟି ଯୋଗୁ ଯାତ୍ରା ଘୁଞ୍ଚାଯାଇଥିଲା।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories