www.samajalive.in
Sunday, December 14, 2025
19.1 C
Bhubaneswar

ମୋଦୀ ଏନଡିଏ ନେତା ନିର୍ବାଚିତ, ଖୁବଶୀଘ୍ର ରାଷ୍ଟ୍ରପତିଙ୍କ ନିକଟରେ ସରକାର ଗଠନ ଦାବି ଜଣାଇବେ

ନୂଆଦିଲ୍ଲୀ: ସହଯୋଗୀ ଦଳଗୁଡ଼ିକୁ ନେଇ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ନୂଆଦିଲ୍ଲୀରେ ବସିଥିବା ଏହି ବୈଠକରେ ବିଜେପି, ଜେଡିୟୁ, ଟିଡିପି ସମେତ ଅନ୍ୟାନ୍ୟ ସହଯୋଗୀ ଦଳଗୁଡ଼ିକର ନେତାମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ବୈଠକରେ ନରେନ୍ଦ୍ର ମୋଦୀଙ୍କୁ ଏନଡିଏ ନେତା ଭାବେ ଚୟନ କରାଯାଇଛି। ଏହା ସହିତ ସରକାର ଗଠନ ସମ୍ପର୍କରେ ଆଲୋଚନା ହୋଇଛି ଏବଂ ବୁଧବାର ରାତି ସୁଦ୍ଧା ଦଳୀୟ ନେତାମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦୀ, ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କ ସମେତ ଜେଡିୟୁ ମୁଖ୍ୟ ନିତିଶ କୁମାର, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନ୍ୟ ସମସ୍ତ ସହଯୋଗୀ ଦଳର ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

- Advertisement -

ବୁଧବାର ଅପରାହ୍ନରେ ଏନଡିଏର ଏହି ବୈଠକ ବସିଥିଲା। ସରକାର ଗଠନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା। କିନ୍ତୁ କେଉଁଦିନ ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ କରିବେ ସେ ନେଇ କୌଣସି ଘୋଷଣା କରାଯାଇ ନାହିଁ। ଅନ୍ୟପଟେ ସହଯୋଗୀ ଦଳଗୁଡ଼ିକ ଏନଡିଏକୁ ସରକାର ଗଠନ କରିବାରେ ସମର୍ଥନ ଜଣାଇବାକୁ ଘୋଷଣା କରିଥିଲେ ହେଁ ପରବର୍ତ୍ତୀ ସମୟରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଉପରେ ସମସ୍ତଙ୍କ ନଜର ରହିପାରେ ବୋଲି ଆଲୋଚନା ହେଉଛି। ବିଶେଷ କରି ଟିଡିପି ଏବଂ ଜେଡିୟୁ ସରକାରକୁ ସମର୍ଥନ ବଦଳରେ ଗୁରୁତ୍ୱପୂର୍ଣ୍ଣ ପୋର୍ଟଫୋଲିଓ ଦାବି କରିପାରନ୍ତି ବୋଲି କୁହାଯାଉଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories