www.samajalive.in
Saturday, December 6, 2025
17.1 C
Bhubaneswar

କେମିତି ହୁଏ ଭୋଟ ଗଣତି; ଜାଣନ୍ତୁ ଷ୍ଟ୍ରଙ୍ଗ ରୁମ୍‌‌ ଚାବି କିଏ ଖୋଲିଥାଏ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଫଳାଫଳକୁ ଆଉ ମାତ୍ର କିଛି ଘଣ୍ଟାର ସମୟ ବାକି ରହିଛି। ଜୁନ୍‌‌ ୪ରେ ଭୋଟ ଗଣତି ହେବା ସହ କିଏ ଗଢିବ ସରକାର ତାହା ସ୍ପଷ୍ଟ ହେବ। ତେବେ ଭୋଟ ଗଣତି କିପରି ହୋଇଥାଏ, ଗଣନା ଦିନ କିଏ ଷ୍ଟ୍ରଙ୍ଗରୁମ୍‌‌ ଚାବି ଖୋଲିଥାଆନ୍ତି ଏବଂ କିଏ କିଏ ଭୋଟ ଗଣତି କେନ୍ଦ୍ର ଭିତରକୁ ଯାଇପାରିବେ, ଭୋଟ ଗଣତି ପରେ ଇଭିଏମ୍‌‌ କଣ ହୁଏ ଏସବୁ ସମ୍ପର୍କରେ ସମେସ୍ତ ଜାଣିବାକୁ ଚାହାଁନ୍ତି।

କିଏ ଖୋଲିଥାଏ ଷ୍ଟ୍ରଙ୍ଗରୁମ୍‌‌ ଚାବି?
ଭୋଟ ଗଣତି ଦିନ ପ୍ରତ୍ୟେକ ଦଳର ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ସକାଳ ପ୍ରାୟ ୭ଟା ବେଳେ ଷ୍ଟ୍ରଙ୍ଗରୁମ୍‌‌ ଚାବି ଖୋଲାଯାଏ। ଏହି ସମୟରେ ନିର୍ବାଚନ ଆୟୋଗଙ୍କ ରିଟର୍ଣ୍ଣିଂ ଅଫିସର ତଥା ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଉପସ୍ଥିତ ରହିଥାନ୍ତି। ଏସମସ୍ତ ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯାଇଥାଏ। ସିସିଟିଭି ନଜରରେ ମଧ୍ୟ ପୁରା ଷ୍ଟ୍ରଙ୍ଗରୁମ୍‌‌ ରହିଥାଏ। ଇଭିଏମକୁ ଟେବୁଲ ଉପରେ ରଖିବା ପରେ କଣ୍ଟ୍ରୋଲ ୟୁନିଟ୍‌‌ ସହିତ ୟୁନିଟ୍‌‌ ଆଇଡିର ସିଲ୍‌‌ ମିଶାଯାଇଥାଏ। ପ୍ରତ୍ୟେକ ପ୍ରାର୍ଥୀଙ୍କ ପୁଲିଂ ଏଜେଣ୍ଟଙ୍କୁ ମଧ୍ୟ ଦେଖାଯାଇଥାଏ। ଏହାବାଦ କଣ୍ଟ୍ରୋଲ ୟୁନିଟ୍‌‌ ବଟନ୍‌‌ ଦବାଇବା ପରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ଭୋଟ୍‌‌ ଇଭିଏମରେ ତାଙ୍କ ନାମ ପାଖରେ ଦେଖାଯିବା ପରେ ଗଣତି ଆରମ୍ଭ ହୁଏ।

- Advertisement -

ଗଣନା ପାଇଁ କେମିତି ବଛାଯାଏ କର୍ମଚାରୀ
ଯେକୌଣସି ଗଣନା କେନ୍ଦ୍ରର ଗୋଟିଏ ହଲରେ ସମୁଦାୟ ୧୫ଟି ଟେବୁଲ ରହିଥାଏ। ଗଣନା ପାଇଁ ୧୪ଟି ଟେବୁଲ ଏବଂ ରିଟର୍ଣ୍ଣିଂ ଅଫିସରଙ୍କ ପାଇଁ ଗୋଟିଏ ଟେବୁଲ ରହିଥାଏ। କେଉଁ କର୍ମଚାରୀ କେଉଁ ଟେବୁଲରେ ଗଣତି କରିବେ ତାହା ଗୁପ୍ତ ରଖାଯାଏ। ଗଣନା ଦିନ ସକାଳ ୫-୬ଟା ଭିତରେ ପ୍ରତ୍ୟେକ ଜିଲାର ନିର୍ବାଚନ ଅଧିକାରୀମାନେ କର୍ମଚାରୀମାନଙ୍କୁ ହଲ ଏବଂ ଟେବୁଲ ବଣ୍ଟନ କରିଥାନ୍ତି।

କେତେବେଳେ ଆରମ୍ଭ ହୁଏ ଭୋଟ ଗଣତି
ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୁଏ। କୌଣସି ପରିସ୍ଥିତିରେ ସମୟରେ ପରିବର୍ତ୍ତନ କରିବାର କ୍ଷମତା ରିଟର୍ଣ୍ଣିଂ ଅଫିସର ପାଖରେ ରହିଛି। ସର୍ବପ୍ରଥମେ ପୋଷ୍ଟାଲ ବାଲାଟ୍‌‌ ଏବଂ ଇଲେକ୍ଟ୍ରୋନିକ୍‌‌ ପୋଷ୍ଟାଲ ବାଲାଟ୍‌‌ ଗଣତି ହୋଇଥାଏ। ଏଥିରେ ପ୍ରାୟ ୩୦ମିନିଟ୍‌‌ ସମୟ ଲାଗିଥାଏ। ପୋଷ୍ଟାଲ୍‌‌ ବାଲାଟ୍‌‌ ଗଣତି ପରେ ଇଭିଏମ୍‌‌ ଭୋଟ ଗଣତି କରାଯାଏ। ଇଭିଏମ୍‌‌ ଭୋଟ ଗଣତି ସକାଳ ୯ଟାରେ ଆରମ୍ଭ ହୁଏ।

ଗଣତି କେନ୍ଦ୍ରରେ କେତେଜଣ ଏଜେଣ୍ଟ ରହିବେ
ନିର୍ବାଚନ ଆୟୋଗର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଗଣନା ସେଣ୍ଟର ପ୍ରତ୍ୟେକ ଟେବୁଲରେ ପ୍ରର୍ଥୀଙ୍କ ପକ୍ଷରୁ ଜଣେ ଲେଖାଏଁ ଏଜେଣ୍ଟ ଉପସ୍ଥିତ ରହିପାରିବେ। କୌଣସି ହଲରେ ମୋଟ ୧୫ରୁ ଅଧିକ ଏଜେଣ୍ଟ ରହିପାରିବେ ନାହିଁ।

ଗଣତି କେନ୍ଦ୍ର ଭିତରକୁ କିଏ କିଏ ଯାଇପାରିବେ
ଗଣତି କେନ୍ଦ୍ର ଭିତରକୁ କେବଳ ଗଣନାକାରୀ କର୍ମଚାରୀ, ରିଟର୍ଣ୍ଣିଂ ଅଫିସର, ସୁରକ୍ଷା କର୍ମୀ ଏବଂ ଏଜେଣ୍ଟ ଯାଇପାରିବେ। ଗଣନା କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ଏଜେଣ୍ଟମାନେ କେହି ବି ବାହାରକୁ ଯିବାକୁ ଅନୁମତି ମିଳିନଥାଏ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories