www.samajalive.in
Saturday, December 6, 2025
23.1 C
Bhubaneswar

ଜାଣନ୍ତୁ : ଶୁକ୍ର ମହାଦଶା କ’ଣ ; ୨୦ ବର୍ଷ ଯାଏ ରହେ ପ୍ରଭାବ, ରାଜା ଭଳି ଦେଇଥାଏ ଜୀବନ ନା କରିଥାଏ ଗରିବ..

ପ୍ରତ୍ୟେକ ବ୍ୟକ୍ତି ସୁଖ,ସମ୍ପତ୍ତି ଏବଂ ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ଇଚ୍ଛା କରନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହ ଏହି ସମସ୍ତ ଜିିନିଷର କାରକ ବୋଲି ମାନ୍ୟତା ରହିଛି। ଏହି କାରଣରୁ ଯେଉଁମାନଙ୍କ ଜାତକରେ ଶୁକ୍ର ଗ୍ରହ ଶୁଭ ସ୍ଥିତିରେ ରହି ଥାଆନ୍ତି, ସେମାନଙ୍କ ଜୀବନ ସୁଖମୟ ହୋଇଥାଏ। କଦାପି ସେମାନଙ୍କର ଧନ-ସମ୍ପତ୍ତିର ଅଭାବ ହୋଇନଥାଏ। ସେମାନଙ୍କୁ ଉତ୍ତମ ଜୀବନ ସାଥୀ ମିଳିଥାଏ। ସେହିପରି ଯେଉଁମାନଙ୍କ ଜାତକରେ ଶୁକ୍ର ମହାଦଶା ଆସିଥାଏ, ସେମାନେ ରାଜା ଭଳି ସୁଖୀ ଜୀବନ ଅତିବାହିତ କରିଥାଆନ୍ତି। ଶୁକ୍ରଙ୍କ ମହାଦଶା ୨୦ ବର୍ଷ ପର୍ଯ୍ୟନ୍ତ ରହିଥାଏ। ସେହି ସମୟରେ ସେମାନଙ୍କୁ ସମସ୍ତ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ଶୁକ୍ର ମହାଦଶାର ଫଳ ଓ ଉପାୟ..

ମଙ୍ଗଳଙ୍କ ଚଳନରେ ବିଶେଷ ରାଜଯୋଗ ; ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ମିଳିବ ସଫଳତା, ଚାକିରି, ଧନ..

- Advertisement -

ଜାତକରେ ଶୁକ୍ର ଉଚ୍ଚ ସ୍ଥାନରେ ଥିଲେ, ଶୁକ୍ର ମହାଦଶା ଆରମ୍ଭ ହୋଇ ବ୍ୟକ୍ତି ବିଶେଷ ମାଲାମାଲ ହୋଇ ଥାଆନ୍ତି। ସେମାନଙ୍କ ଭାଗ୍ୟ ସାଥ୍ ଦେଇଥାଏ। ସେହିଭଳି ଶୁକ୍ର ଜାତରେ ନୀଚ୍ଚ ସ୍ଥାନରେ ଥିଲେ, ଶୁକ୍ର ମହାଦଶାରେ ଶୁଭ ଫଳ ମିଳିନଥାଏ। ବରଂ ବ୍ୟକ୍ତି ବିଶେଷଙ୍କ ପାଇଁ ୨୦ ବର୍ଷ ଖୁବ୍ କଷ୍ଟରେ କଟି ଥାଏ। ସେମାନଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଜୀବନରେ ଅଭାବ ଲାଗି ରହିଥାଏ। ବିବାହରେ ସସମ୍ୟା ଦେଖାଦେଇଥାଏ। କାର୍ଯ୍ୟରେ ଅସଫଳତା ମିଳିଥାଏ। ଜୀବନରେ ସମସ୍ୟା ଲାଗି ରହିଥାଏ। ତେବେ ଏଭଳି ହେଉଥିଲେ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା କିଛି ଉପାୟ ଆପଣାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଶୁକ୍ରଙ୍କ ଅଶୁଭ ଫଳ ଦୂର ହୋଇଥାଏ।

ଶୁକ୍ର ଦୋଷ ହେବା ସହ ଜାତକରେ ଶୁକ୍ରଙ୍କ ସ୍ଥିତି ଦୁର୍ବଳ ଥିଲେ, ଶୁକ୍ର ମହାଦଶାରେ ଅଧିକ କଷ୍ଟ ଭୋଗିବାକୁ ପଡିଥାଏ। ଜାଣନ୍ତୁ..
ଏହି ସମସ୍ୟାରୁୁ ମୁକ୍ତି ପାଇବା ପାଇଁ ଶୁକ୍ରବାର ଦିନ ବ୍ରତ ପାଳନ କରନ୍ତୁ।

୬ ଜୁନ ଶନି ଜୟନ୍ତୀ : ମେଷ ଠାରୁ ମୀନ ବାସ୍ ଏହି ଜିନିଷ ଦାନ କରନ୍ତୁ, କେମିତି ଚମକିବ ଭାଗ୍ୟ, ହେବ ଚମତ୍କାର..

ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରନ୍ତୁ। ମା’ଙ୍କ ନିକଟରେ କ୍ଷୀରି ଭୋଗ କରନ୍ତୁ। ପରେ ସେହି କ୍ଷୀରି ଶିଶୁ କନ୍ୟାଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ।

ପ୍ରତ୍ୟେକ ଶୁକ୍ରବାର ପିମ୍ପୁଡିଙ୍କୁ ଚିନି କିମ୍ବା ଅଟା ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଜାତକରେ ଶୁକ୍ର ମଜଭୂତ ହୋଇଥାଏ।
ଶୁକ୍ରଙ୍କ ସରଳ ମନ୍ତ୍ର ୧୦୮ ଥର ଜପ କରନ୍ତୁ।

ଶୁକ୍ରବାର ଦିନ ଧଳା ଜିନିଷ ଯେପରି କ୍ଷୀର, କର୍ପୂର, ଧଳା ପୋଷାକ, ଧଳା ମିଠା, ଭାତ, ମୋତି ଆଦି ଦାନ କରନ୍ତୁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories