www.samajalive.in
Saturday, December 6, 2025
14.1 C
Bhubaneswar

ପୁରୀ-ଆଜମେର ଏକ୍ସପ୍ରେସରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନରେ ପୁରୀ- ଆଜମେର ଏକ୍ସପ୍ରେସ ଟ୍ରେନ ନଂ ୨୦୮୨୩ରୁ ଅବକାରୀ ଆରପିଏଫ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ୩୭.୫ କିଗ୍ରା ଗଞ୍ଜେଇ ଜବତ କରିଛି। ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ମଧ୍ୟପ୍ରଦେଶ ସାହାଜପୁର ଜିଲା ସିସୋଡିଆ ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ବିକ୍ରମ ଓଡ଼ିଶାରୁ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚାଲାଣ କରୁଥିଲେ। ଚଢ଼ାଉ ସମୟରେ ୪ଟି କଳା ବ୍ୟାଗରୁ ୩୮ପ୍ୟାକେଟ ଗଞ୍ଜେଇ ଜବତ ହୋଇଥିଲା, ଯାହାର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଅବକାରୀ ବିଭାଗ ଏକ ମାମଲା ( ୩୫/୨୦୨୪-୨୫) ଦଫା ୨୦ବି, ଏନଡିପିଏସ ଧାରା ୧୯୮୫ ବଳରେ ବିକ୍ରମକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ, ବିଭିନ୍ନ ଏକ୍ସପ୍ରେସ ଟ୍ରେନରେ କୋରାପୁଟ, ମାଲକାନଗିରି ଭବାନୀପାଟଣାର ବିଭିନ୍ନ ଅଞ୍ଚଳରୁ ଆନ୍ତଃରାଜ୍ୟ ଗଂଜେଇ ବ୍ୟବସାୟୀମାନେ ଗଂଜେଇ ଚାଲାଣ କରୁଥିବା ଓ ବହୁବାର ଆରପିଏଫ ପୁଲିସ ପିଛା କରି ଧରିଥିବା ନଜିର ରହିଛି। ଚଢ଼ାଉରେ ଡିଏସସି ହରିହର ଧଳ, ଆରପିଏଫ ଏସଆଇ ଏସ. ସି. ପଣ୍ଡା, ହେଡ୍‌‌ କନଷ୍ଟେବଳ ଟି. କେ ସାହୁ, କେ.କେ. ରାଓ, ଏସଆଇ ଆର ସି ପାତ୍ର, ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରବୀଣ କୁମାର ସାହୁ, ଏ ଏସ ଆଇ ଆର୍ତ୍ତତ୍ରାଣ ବହିଦାର, କନଷ୍ଟେବଳ ରଞ୍ଜନ ମିଶ୍ର, ଆଶିଷ ପଟେଲ, ମମତା ବେହେରା, ତପନ କୁମାର ସାହୁ ପ୍ରମୁଖ ସାମିଲ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories