www.samajalive.in
Saturday, December 6, 2025
14.1 C
Bhubaneswar

ଗଞ୍ଜେଇ ଚାଲାଣ: ତାମିଲନାଡ଼ୁର ଦମ୍ପତି ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୁଲିସ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ତାମିଲନାଡୁ ରାଜ୍ୟର ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୪ କିଲୋ ଗଞ୍ଜେଇ ଜବତ କରିଛି। ଅଭିଯୁକ୍ତ ଦୁଇଜଣ ସ୍ୱାମୀ ସ୍ତ୍ରୀ। ସେମାନେ ଫିରିଙ୍ଗିଆ ଥାନା ମାସରୀପଡା ଛକ ଠାରେ ଗଞ୍ଜେଇ ଧରି ଗାଡିକୁ ଅପେକ୍ଷା କରିଥିବା ବେଳେ ପୁଲିସ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଦୁଇଜଣ ଚେନ୍ନାଇ ଜିଲ୍ଲା ବିଫାଇବ ଥାନା ଫାଷ୍ଟ କ୍ରସ ଷ୍ଟ୍ରିଟ ବିଭି କଲୋନୀ ଭ୍ୟାସରପଡି ଗାଁର ପ୍ରଭୁପନିର ସେଲଭମ ଓ ତାଙ୍କ ସ୍ତ୍ରୀ ଖ୍ରୀଷ୍ଟିଆନ ମେରିସ ବୋଲି ଜଣାପଡିଛି। ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୧୨୮/୨୦୨୪ ରେ ଏକ ମାମଲା ରୁଜୁ ହୋଇଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ। ଏହି ଦମ୍ପତି ଏଠାକୁ କ’ଣ ପାଇଁ ଆସିଥିଲେ ଓ ସେମାନଙ୍କୁ କିଏ ଏଠି ଗଞ୍ଜେଇ ଯୋଗାଉଛି ସେ ଦିଗରେ ପୁଲିସ ତଦନ୍ତ କରୁଥିବା ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories