www.samajalive.in
Saturday, December 13, 2025
26.1 C
Bhubaneswar

ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍‌ରେ ଭୋଟ୍ ଗଣତି: ବିଜୟ ଅଭିମୁଖେ ବିଜେପି

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ବିଧାନସଭା ପାଇଁ ଚାଲିଛି ଭୋଟ୍ ଗଣତି। ଅରୁଣାଚଳର ମୋଟ୍ ୬୦ ଓ ସିକ୍କିମର ୩୨ ବିଧାନସଭା ଆସନ ରହିଛି। ଅରୁଣାଚଳ ପ୍ରଦେଶରେ ୧୦ଟି ଆସନରେ ନିର୍ଦ୍ବନ୍ଦରେ ବିଜେପି ଜିତିସାରିଛି। ଅରୁଣାଚଳରେ ମୋଟ୍ ୫୦ଟି ଆସନରେ ଗଣତି ଜାରି ରହିଥିବାବେଳେ ୨୫ଟି ଆସନରେ ବିଜେପି ଆଗୁଆ ରହିଥିବା ସୂଚନା ମିଳିଛି। ୩୨ ଆସନ ବିଶିଷ୍ଟ ସିକ୍କିମରେ ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା  ୩୦ ସିଟ୍ ରେ ଆଗୁଆ ରହିଛି। ସକାଳ ୬ଟାରୁ ଗଣତି ଚାଲିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ଅରୁରାଚଳ ଓ ସିକ୍କିମରେ ବଡ ବିଜୟ ଅଭିମୁଖେ ରହିଛି ଶାସକ ଦଳ। ଅରୁଣାଚଳ ପ୍ରଦେଶରେ ବିଜେପି ଆଗୁଆ ରହିଥିବାବେଳେ ସିକ୍କିମରେ ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା ବଡ ବିଜୟ ଅଭିମୁଖେ ରହିଛି। ୨୦୧୯ରେ ଅରୁଣାଚଳ ପ୍ରଦେଶରେ ବିଜେପି ୪୧ଟି ଆସନରେ ଜିତି ସରକାର ଗଢିଥିଲା। ସେହିପରି ୨୦୧୯ରେ ସିକ୍କିମରେ ଏସକେଏମ୍ ୧୭ଟି ଆସନରେ ଜିତି କ୍ଷମତାକୁ ଆସିଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories