ଭଦ୍ରକ : ଭଦ୍ରକ ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ଶନିବାର ସାମ୍ନାକୁ ଆସିଛି। ବୁଥ ସାମ୍ନାରେ ସ୍ତ୍ରୀକୁ ହାଣିଲା ସ୍ୱାମୀ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ କାଉପୁର ପଂଚାୟତ ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥ ସାମ୍ନାରେ ଏମିତି ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ରଶ୍ମିରେଖା ବେହେରା। ଅଭିଯୁକ୍ତ ସ୍ୱାମୀ ହେଉଛନ୍ତି ପ୍ରଭାକର ରାଉତ। ରଶ୍ମିରେଖାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆ ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପାରିବାରିକ କଳହକୁ ନେଇ ହତ୍ୟା କରାଯାଇଥିବା ସୂଚନା ମିଳିଛି।
ବଦଳିଲା ନିୟମ ; ଏଲପିଜି ସିଲିଣ୍ଡର ଠାରୁ କ୍ରେଡିଟ୍ କାର୍ଡ.. ଦେଶରେ ୧ ଜୁନରୁ ହେଲା ଏସବୁରେ ପରିବର୍ତ୍ତନ..
ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ସ୍ୱାମୀଙ୍କ ସହ କଳହ ପରେ ବାପ ଘର ଜିରାଗମ୍ଭୀରରେ ରହୁଥିଲେ। ଭୋଟ ଦେବା ପାଇଁ ଦାଦାଙ୍କ ସହ ଆସିଥିବା ବେଳେ ପାରିବାରିକ କଳହ ପାଇଁ ସ୍ୱାମୀ ବୁଥ ସାମ୍ନାରେ ମାରଣାସ୍ତ୍ରରେ ଆକ୍ରମଣ କରିଥଲା। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।



