www.samajalive.in
Saturday, December 6, 2025
17.1 C
Bhubaneswar

ପଶ୍ଚିମବଙ୍ଗରେ ହିଂସା: ମତଦାନ ବେଳେ ବୋମାମାଡ଼ କଲେ ଟିଏମସି କର୍ମୀ, ପୁଲିସର ଲାଠିମାଡ଼

କଲକାତା: ଶନିବାର ୭ମ ପର୍ଯ୍ୟାୟ ମତଦାନ ସମୟରେ ପଶ୍ଚିମବଙ୍ଗରେ ହିଂସା ସୃଷ୍ଟି ହୋଇଛି। ଯାଦବପୁର ଲୋକସଭା ଆସନ ଅନ୍ତର୍ଗତ ଭାଙ୍ଗରର ସତୁଲିୟା ଅଞ୍ଚଳରେ ଏକ ବୁଥ ନିକଟରେ ବୋମାମାଡ଼ ହୋଇଛି। ଟିଏମସି କର୍ମୀମାନେ ଏହି ବୋମାମାଡ଼ କରିଥିବା ସୂଚନା ମିଳିଛି। ଏଥିରେ ସିପିଏମ ଏବଂ ଆଇଏସଏଫର ଅନେକ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି।

ବୋମାମାଡ଼ ପରେ ବୁଥ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଟିଏମସି ଏବଂ ଅନ୍ୟ ଦଳର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଫଳରେ ସେଠାରେ ମୁତୟନ ଥିବା ପୁଲିସ କର୍ମୀମାନେ ହିଂସା ରୋକିବାକୁ ଲାଠି ଚାଳନା କରିଛି। ପୁଲିସ ଗୋଡ଼ାଇ ଗୋଡ଼ାଇ ଗଣ୍ଡଗୋଳକାରୀଙ୍କୁ ଲାଠିରେ ପିଟିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ୭ମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ମୋଟ ୯ଟି ଲୋକସଭା ଆସନରେ ଭୋଟଗ୍ରହଣ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories