www.samajalive.in
Friday, December 5, 2025
26.1 C
Bhubaneswar

ସକାଳ ୯ଟା ସୁଦ୍ଧା ଦେଶରେ ୧୧.୩୧% ମତଦାନ: ହିମାଚଳ ପ୍ରଦେଶରେ ସର୍ବାଧିକ, ଓଡ଼ିଶାରେ ସର୍ବନିମ୍ନ

ନୂଆଦିଲ୍ଲୀ : ସପ୍ତମ ତଥା ଅନ୍ତିମ ପର୍ୟ୍ୟାୟ ଲୋକସଭା ନିର୍ବାଚନ ପାଇଁ ଶନିବାର ୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟ ଗ୍ରହଣ ଜାରି ରହିଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ସକାଳ ୯ଟା ସୁଦ୍ଧା ଦେଶରେ ୧୧.୩୧% ମତଦାନ ହୋଇଛି।

ସକାଳ ୯ଟା ସୁଦ୍ଧା ହିମାଚଳ ପ୍ରଦେଶରେ ସର୍ବାଧିକ ୧୪.୩୫ ପ୍ରତିଶତ ମତଦାନ ହୋଇଥିବାବେଳେ ଓଡ଼ିଶାରେ ସର୍ବନିମ୍ନ ୭.୬୯ ପ୍ରତିଶତ ରହିଛି। ଏହାବ୍ୟତୀତ ଝାଡ଼ଖଣ୍ଡରେ ୧୨.୧୫ ପ୍ରତିଶତ, ପଞ୍ଜାବରେ ୯.୬୪, ଉତ୍ତରପ୍ରଦେଶରେ ୧୨.୯୪, ବିହାରରେ ୧୦.୫୮, ଚଣ୍ଡୀଗଡ଼଼ରେ ୧୧.୬୪ ଏବଂ ପଶ୍ଚିମବଙ୍ଗରେ ୧୨.୬୩ ପ୍ରତିଶତ ମତଦାନ ହୋଇଛି।

- Advertisement -

ସୂଚନାଯୋଗ୍ୟ, ଶେଷ ପର୍ଯ୍ୟାୟରେ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ନିର୍ବାଚନ ପରିଚାଳନା ନିମନ୍ତେ ୧୦ ଲକ୍ଷ ୯୦ ହଜାର ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି। ୧ ଲକ୍ଷ ୯ ହଜାର ମତଦାନ କେନ୍ଦ୍ରରେ ୧୦ କୋଟି ୬ ଲକ୍ଷରୁ ଅଧିକ ଭୋଟର ମତଦାନ କରିବେ। ଭୋଟ ଗ୍ରହଣ ହେବାକୁ ଥିବା ଆସନଗୁଡିକ ମଧ୍ୟରେ ବିହାରର ୮ଟି, ହିମାଚଳ ପ୍ରଦେଶର ୪ଟି, ଝାଡଖଣ୍ଡର ୩ଟି, ଓଡ଼ିଶାର ୬ଟି, ପଞ୍ଜାବର ୧୩ଟି, ଉତ୍ତରପ୍ରଦେଶର ୧୩ଟି, ପଶ୍ଚିମବଙ୍ଗର ୯ଟି ଓ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡର ୧ଟି ଅଛି।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories