www.samajalive.in
Saturday, December 6, 2025
15.1 C
Bhubaneswar

ଭୀଷଣ ଗ୍ରୀଷ୍ମପ୍ରବାହ: ଉତ୍ତରପ୍ରଦେଶ, ବିହାରରେ ୨୩୭ ମୃତ

ନୂଆଦିଲ୍ଲୀ: ଦେଶରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପ୍ରଚଣ୍ଡ ରୌଦ୍ରତାପରେ ଦେଶବ୍ୟାପୀ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ କେବଳ ବିହାର ଏବଂ ଉତ୍ତରପ୍ରଦେଶରେ ୨୩୭ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶରେ ୧୬୪ ଜଣ ଥିବା ବେଳେ ବିହାରରେ ୭୩ ଜଣ ମୃତ୍ୟୁବରଣ କରିଛନ୍ତି।

ଗୁରୁବାର ପଞ୍ଜାବର ଫରିଦକୋଟ ଏବଂ ରାଜସ୍ଥାନର ଶ୍ରୀଗଙ୍ଗାନଗର ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ ରହିଥିଲା। ଏହି ଦୁଇ ସ୍ଥାନରେ ତାପମାତ୍ରା ୪୮.୩ ଡିଗ୍ରୀ ରହିଥିଲା। ଉତ୍ତରପ୍ରଦେଶର ବୁଲନ୍ଦସହରରେ ତାପମାତ୍ରା ୪୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ନୂଆଦିଲ୍ଲୀରେ ୪୫.୬ ଏବଂ ନୋଏଡାରେ ୪୭.୩ ଡିଗ୍ରୀ ରେକର୍ଡ ହୋଇଥିଲା।

- Advertisement -

ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଗରମ ଓ ଗୁଳୁଗୁଳି ଯୋଗୁ ଲୋକଙ୍କ ପ୍ରାଣହାନି ଘଟୁଛି। ଉତ୍ତରପ୍ରଦେଶରେ ଶୁକ୍ରବାର ସକାଳ ସୁଦ୍ଧା ୧୬୪ ଜଣ ପ୍ରାଣ ହରାଇଥିବା ଜଣାଯାଇଛି। ଦିଲ୍ଲୀରେ ବି ଗତକାଲି ପ୍ରଥମ ଅଂଶୁଘାତ ମୃତ୍ୟୁ ହୋଇଥିଲା। ସେହିପରି ବିହାରରେ ବୁଧବାରଠାରୁ ଗୁରୁବାର ସନ୍ଧ୍ୟା ମଧ୍ୟରେ ୭୩ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଚଣ୍ଡ ଖରା ଯୋଗୁ ଲୋକେ ରାସ୍ତାଘାଟରେ ଟଳି ପଡ଼ୁଥିବା ଦେଖିବାକୁ ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories