ଚାନ୍ଦବାଲିରେ ରାଜନୈତିକ ହିଂସା:ଯୁବ ବିଜେପି ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ, ବାଂଶଡ଼ା ଥାନାରେ ଅଭିଯୋଗ

ଚାନ୍ଦବାଲି: ଆଜି ଚାନ୍ଦବାଲିରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ କିଛି ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରଚାରରୁ ଫେରିବାବେଳେ ଶଶିକାଦେଇପୁର ନିକଟରେ ଅଭିଳାଷଙ୍କୁ କିଛି ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରାଯାଇଛି। ବିଜେଡି କର୍ମୀଙ୍କ ଆକ୍ରମଣରେ ଅଭିଳାଶଙ୍କ ମୁଣ୍ଡ ଫାଟିଯାଇଛି।

ଏଡାସହିତ ଅଭିଳାଷଙ୍କ ଜଣେ ସହଯୋଗୀ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଉଭୟଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି ଯାଇଛି। ଏହି ଆକ୍ରମଣ ଘଟଣାକୁ  ନେଇ ବାଂଶଡ଼ା ଥାନାରେ ବିଜେପି କର୍ମୀ ଅଭିଯୋଗ କରିଥିବା ସୂଚନା ମିଳିଛି।

 

Comments are closed.