www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରିତିରଞ୍ଜନଙ୍କ ପାଇଁ ପ୍ରଚାର ମଇଦାନରେ ପତ୍ନୀ ଝିଲ୍ଲିକ

ଯାଜପୁର: ସୁକିନ୍ଦା ବିଧାନସଭା ଆସନରୁ ବିଜୁ ଜନତା ଦଳ ପକ୍ଷରୁ ଲଢ଼ୁଥିବା ପ୍ରିତିରଞ୍ଜନଙ୍କ ପାଇଁ ପ୍ରଚାର ମଇଦାନରେ ପତ୍ନୀ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ। ନିର୍ବାଚନ ଯେତିକି ନିକଟତର ହେଉଛି ସୁକିନ୍ଦାରେ ନିର୍ବାଚନୀ ପ୍ରଚାର ସେତିକି ସରଗରମ ହେଉଥିବା ଦେଖିବାକୁ ମିଳିଛି। ନିର୍ବାଚନୀ ଗରମ ପାଖରେ ପ୍ରଚଣ୍ଡ ରୌଦ୍ରତାପ ହାର ମାନିଥିବା ଦେଖିବାକୁ ମିଳିଛି। ଖରା ଗରମକୁ ଖାତିର ନକରି ଉଭୟ ବିଜେଡି ଓ ବିଜେପି ଦଳ ଗାଁ ସାଇରେ ପ୍ରଚାର ଜୋରଦାର କରିଥିବା ଦେଖିବାକୁ ମିଳିଛି। ବିଶେଷ କରି ଚଳିତ ନିର୍ବାଚନରେ ବିଜେଡି ପ୍ରଚାରରେ ମହିଳାଙ୍କ ସଂଖ୍ୟା ଅଧିକ ଥିବା ଦେଖାଦେଇଛି। ନିର୍ବାଚନ ପ୍ରଚାରର ଶେଷ ସପ୍ତାହରେ ପ୍ରିତିରଞ୍ଜନଙ୍କ ପତ୍ନୀ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଗାଁ ଗାଁ ବୁଲି ସ୍ଵାମୀଙ୍କ ପାଇଁ ଭୋଟ ମାଗୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ଡୁବୁରୀ, ରଣାଗୁଣ୍ଡି ଓ ଶାଳୀଜଙ୍ଗା ପଞ୍ଚାୟତରେ ଦଳୀୟ କର୍ମୀଙ୍କ ସହ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ଝିଲ୍ଲିକଙ୍କ ସହ ଭାଗ୍ୟଲକ୍ଷ୍ମୀ ରାଉତ, ଅର୍ଚ୍ଚନା ନାୟକ, ବିଜୟ କୁମାର ଦାସ, ଜୟନ୍ତ ରାଉତ, ସୁଜିତ୍ ରାଉତଙ୍କ ସମେତ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories