www.samajalive.in
Tuesday, December 9, 2025
16.1 C
Bhubaneswar

ଋତୁସ୍ରାବ ଏକ ସ୍ୱଭାବିକ ପ୍ରକ୍ରିୟା, ଏଥିରେ ସ୍ୱଚ୍ଛତା ରକ୍ଷା ଜରୁରୀ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଜୋରନ୍ଦା ସେକ୍ଟରର କରିକୋଲ ଅଙ୍ଗନବାଡି କେନ୍ଦ୍ରଠାରେ ମଙ୍ଗଳବାର ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବହୁୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‌‌ ଅସ୍‌‌ଲମ୍‌‌ ଏଥିରେ ସଂଯୋଜନା କରି କିଶୋରୀ ଓ ମହିଳାଙ୍କ କ୍ଷେତ୍ରରେ ମାସିକ ଋତୁସ୍ରାବ ଏକ ସ୍ୱଭାବିକ ପ୍ରକ୍ରିୟା ଏବଂ ଏହି ସମୟରେ ସ୍ୱଚ୍ଛତା ରକ୍ଷା କରିବା ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ।

ମାସିକ ଋତୁସ୍ରାବ ଆରମ୍ଭ ସମୟରେ ମାନସିକ, ଶାରୀରିକ ଅଭିବୃଦ୍ଧି ଓ ସ୍ୱଭାବରେ ପରିବର୍ତ୍ତନ ଘଟିଥାଏ। ଏହି ସମୟରେ ଋତୁସ୍ରାବ ସଂକ୍ରାନ୍ତ ସ୍ୱଚ୍ଛତା ରକ୍ଷା ସହିତ ପ୍ୟାଡ ବ୍ୟବହାର ଓ ପରିଚ୍ଛନ୍ନତା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ସାଧାରଣତଃ ଋତୁସ୍ରାବ ସମୟରେ ଅନ୍ୟାନ୍ୟ କେତେକ ଶାରୀରିକ ସମସ୍ୟା ଦେଖାଦେଇଥାଏ। ତେଣୁ କୌଣଶି ଅନ୍ଧବିଶ୍ୱାସ ବା ଭ୍ରାନ୍ତଧାରଣାର ବଶବର୍ତ୍ତୀ ନହୋଇ, ଲାଜ ନକରି, କୌଣସି ବିଷୟ ନଲୁଚାଇ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଅବା ଆଶାକର୍ମୀଙ୍କୁ ଜଣାଇ ସେମାନଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରାଇବା ଉଚିତ୍‌‌।

- Advertisement -

ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଫ୍ରେଣ୍ଡଲି କ୍ଳିନିକ ଶ୍ରଦ୍ଧା ଜରିଅରେ ମିଳୁଥିବା ନିଶୁଳ୍କ ସ୍ୱାସ୍ଥ୍ୟସେବା, ଡାକ୍ତରଙ୍କ ପରାମର୍ଶ, ନିଦାନ ଓ ଚିକିତ୍ସା ସୁବିଧା ନେବା ପାଇଁ ଶ୍ରୀ ଅସ୍‌‌ଲମ୍‌‌ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସେଠାରେ ୫୦ଜଣ କିଶୋରୀଙ୍କୁ ଖୁସି ନ୍ୟାପକିନ ବଣ୍ଟନ କରାଯାଇଥିଲା। ଅଙ୍ଗନବାଡି ସୁପରଭାଇଜର ପ୍ରମିଳା ଖୁଜୁର, ସ୍ୱାସ୍ଥ୍ୟ ପରିଦର୍ଶିକା ବିଚିତ୍ରପ୍ରଭା ଦେଇ, ସିଏଚଓ ପ୍ରିୟଙ୍କା ନାୟକ, ସ୍ୱାସ୍ଥ୍ୟକର୍ମୀ ଶୁଭେନ୍ଦୁ ଭାସ୍କର ରାଉତଙ୍କ ସମେତ ସମସ୍ତ ଅଙ୍ଗନବାଡି ଓ ଆଶାକର୍ମୀଙ୍କ ଏବଂ କରିକୋଲ ଗାଁ କଲ୍ୟାଣ ସମିତିର ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories