www.samajalive.in
Tuesday, December 9, 2025
15.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବ୍ୟାଡମି଼ଣ୍ଟନ ପୁରୁଷ ଦଳର ଚେନ୍ନାଇ ଗସ୍ତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବଲ ବ୍ୟାଡମିଣ୍ଟନ ପୁରୁଷ ଦଳ ଚେନ୍ନାଇ ଗସ୍ତ କରିଛି। ଚେନ୍ନଇ ସ୍ଥିତ ଜେ ପି ଆର ବିଶ୍ୱବିଦ୍ୟାଳୟ ଠାରେ ଚଳିତ ମାସ ୩୧ ତାରିଖ ଠାରୁ ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଅଲ୍ ଇଣ୍ଡିଆ ଇଣ୍ଟର ୟୁନିଭରସିଟି ପ୍ରତିଯୋଗିତାରେ ଏହି ଦଳ ଅଂଶଗ୍ରହଣ କରିବେ। ଦଳରେ ବାଲିଗୁଡା ସ୍ଥିତ ଆଦିବାସି କଲେଜରୁ ସୁମନ କୁମାର ମାଝୀ, କ୍ଲିନସନ୍ ଦିଗାଲ, ଶରତ ଚନ୍ଦ୍ର ପଟ୍ଟନାୟକ, ସ୍ମୃତି ରଞ୍ଜନ ନାୟକ, ଶିବୁ ସ୍ୱାଇଁ, ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜର ହରିଶ୍ ଭୂୟାଁ, ବ୍ରହ୍ମପୁର ସିଟି କଲେଜର କେ. ଲକ୍ଷ୍ମୀ ନାରାୟଣ ରେଡ୍ଡୀ, ସାଗର କୁମାର ଦଳେଇ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି ବିଭାଗର ଆଦର୍ଶ ରଥ, ଶିବ ଶଙ୍କର ମଣ୍ଡଳ ରହିଥିବା ବେଳେ ମେନେଜର ଭାବେ କୁନ୍ଦ୍ରା ସ୍ଥିତ ବିଜୁ ପଟ୍ଟନାୟକ କଲେଜର ପିଇଟି ସୁଧାଂଶୁ କୁମାର ପଣ୍ଡା, କୋଚ ଭାବେ ବ୍ରହ୍ମପୁରର ଏ. ଶିବା ରାଓ ଦଳରେ ଗସ୍ତ କରିଛନ୍ତି। କ୍ରୀଡ଼ା ପରିଷଦ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କ୍ରୀଡା ପରିଷଦର ସମ୍ପାଦକ ଡଃ.ଗଣେଶ ସେଠୀ , ସଞ୍ଜୟ ବିଷୋୟୀ, ବିର୍ଲା ପ୍ରସାଦ ମାଝୀ, ଦୁଷ୍ମନ୍ତ କୁମାର ପାଢୀ, ପ୍ରଦିପ କୁମାର ନାୟକ, ସିଦ୍ଧାର୍ଥ ପାଢୀ, ଆଶିଷ କୁମାର ସାହୁ , ରବି ଚରଣ ମିଶ୍ର, ରାଜେଶ କୁମାର ମହାନ୍ତି ପ୍ରମୁଖ ଶୁଭେଛା ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories