www.samajalive.in
Monday, December 15, 2025
16.1 C
Bhubaneswar

ବସ୍ତା ନିର୍ବାଚନ ମଣ୍ଡଳୀ ହେବ ରାଜ୍ୟର ଏକ ନମ୍ବର – ଭି.କେ.ପାଣ୍ଡିଆନ

ବାଲିଆପାଳ: ସାଧାରଣ ନିର୍ବାଚନ ପାଇଁ ତାରିଖ ପାଖରେ ଆସୁଥିବା ବେଳେ ବିଜେଡ଼ି ପ୍ରଚାର ଜୋରଦାର କରିଛି। ଆଜି ବସ୍ତା ନିର୍ବାଚନ ମଣ୍ଡଳୀର ବାଲିଆପାଳ ବ୍ଲକର ବାସୁଦେବପୁର ପଡ଼ିଆରେ ବିଜେଡ଼ିର ଷ୍ଟାର ପ୍ରଚାରକ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବସ୍ତା ନିର୍ବାଚନ ମଣ୍ତଳୀର ବିଧାୟିକା ପ୍ରାର୍ଥିନୀ ସୁବାସିନୀ ଜେନା ଓ ବାଲେଶ୍ବର ସାଂସଦ ପ୍ରାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହାର ପାଇଁ ମାରାଥନ ପ୍ରଚାର କରିଛନ୍ତି। ଏହି ଅବସରରେ ଶ୍ରୀ ପାଣ୍ଡିଆନ ବସ୍ତାରେ ୬୦ ହଜାରରୁ ଅଧିକ ଭୋଟରେ ବିଧାୟକ ପ୍ରାର୍ଥୀ ସୁବାସିନୀ ଜେନା ଓ ଲେଖାଶ୍ରୀ ସାମନ୍ତ ସିଂହାରକୁ ଜିତାଇବା ପାଇଁ ଅନୁରୋଧ କରିବା ସହ ବସ୍ତା ନିର୍ବାଚନ ମଣ୍ଡଳୀକୁ ଏକ ନମ୍ବର ନିର୍ବାଚନ ମଣ୍ଡଳୀରେ ପରିଣତ କରିବା ପାଇଁ ଘୋଷଣା କରିଥିଲେ। ବାଲିଆପାଳରେ ପ୍ରସ୍ତାବିତ ବନ୍ଦର ଓ ପେଟ୍ରୋକେମିକାଲ ନିର୍ମାଣ ହେଲେ ବହୁ ନିଯୁକ୍ତି ସୃଷ୍ଟି ହେବା ସହ କେହି ବିସ୍ତାପିତ ହେବେ ନାହିଁ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ। ବାଲିଆପାଳ ସୂତାକଳର ପୂନରୁଦ୍ଧାର, ବାଲିଆପାଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୁପରସ୍ପେଷାଲିଷ୍ଟରେ ପରିଣତ, ବସ୍ତା ବାଲିଆପାଳ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମିର ବିକାଶ, ୯୦ ପ୍ରତିଶତ ଲୋକଙ୍କୁ ଜୁଲାଇରୁ ବିଜୁଳି ବିଲ୍ ଛାଡ, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ପେନସନ ବ୍ୟବସ୍ଥା ସହିତ ଏହି ସବୁ ଯୋଜନା ନବୀନଙ୍କ ଗ୍ୟାରେଣ୍ଟି ବୋଲି ପାଣ୍ଡିଆନ୍ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories