www.samajalive.in
Monday, December 8, 2025
27.1 C
Bhubaneswar

ବୌଦ୍ଧରେ ରବିଧାନ କ୍ରୟ ଆରମ୍ଭ, ୫୫୩୭ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ

ବୌଦ୍ଧ :ବୌଦ୍ଧ ଏକ କୃଷି ପ୍ରଧାନ ଜିଲା ଭାବରେ ପରିଚିତ । ଜିଲାରେ ଉଭୟ ଖରିଫ ଓ ରବି ଧାନ ପର୍ୟ୍ୟାପ୍ତ ପରିମାଣରେ ଚାଷ ହୋଇଥାଏ । ଜିଲାରେ ମହାନଦୀ, ତେଲନଦୀ, ବାଘନଦୀ ଓ ସାଲୁଙ୍କି ଭଳି ଅନେକ ନଦୀ ଓ ନାଳ ପ୍ରବାହିତ ହେଉଥିବା ବେଳେ ବିଭିନ୍ନ ଜଳଉତ୍ସ ତଥା ଜଳସେଚନ ଯୋଗୁଁ ଅନେକ ସ୍ଥାନରେ ରବି ଧାନ ଚାଷ ହୋଇଥାଏ।

ଚଳିତ ବର୍ଷ ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ରବି ଧାନ ଚାଷ ହୋଇଛି। ଏବେ ଧାନ ଅମଳ ସମୟ ହୋଇଥିବା ବୋଳେ ବୌଦ୍ଧ ଜିଲ୍ଲାର ୫୫୩୭ ଜଣ ଚାଷୀ ରବି ଧାନ ବିକ୍ରୟ ପାଇଁ ପଞ୍ଜିକୃତ ହୋଇଛନ୍ତି। ଜିଲାର ୩ଟି ବ୍ଲକର ମୋଟ ୨୨ ଟି ଧାନ ମଣ୍ଡିରେ ଚାଷୀଙ୍କ ରବି ଧାନକ୍ରୟ କରାଯିବ। ଆଜି (ମଙ୍ଗଳବାର) ଖୁଣ୍ଟବନ୍ଧ ମାର୍କେଟ ୟାର୍ଡରେ ଜିଲା ସ୍ତରୀୟ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ସମବାୟ ବିଭାଗ ଓ ଯୋଗାଣ ବିଭାଗର ମିଳିତ ସହଯୋଗରେ ଏହି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୫ ଜଣ ଚାଷୀ ସେମାନଙ୍କ ଧାନ ବିକ୍ରୟ କରିଥିବା ସୂଚନା ମିଳିଛି।

- Advertisement -

ଚଳିତ ବର୍ଷ ଯୋଗାଣ ବିଭାଗ ପକ୍ଷରୁ ୧୧ଟି ମିଲର ଜରିଆରେ ଜିଲାରୁ ୨ଲକ୍ଷ ୨୮ ହଜାର ୧୦୨ କ୍ଵିଣ୍ଟାଲ ରବି ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି। ବୌଦ୍ଧ ଜିଲାର ୨୨ ଟି ଧାନ ମଣ୍ଡିର ୨୪ଟି ସ୍ଥାନରେ ଧାନ ସଂଗ୍ରହ ପାଇଁ ବ୍ୟବସ୍ଥା ସହିତ ପ୍ରତ୍ୟେକ ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ସୁବିଧା କରାଯାଇଥିବା ଏଆରସିଏସ ସୂଚନା ଦେଇଛନ୍ତି । ତେବେ ଧାନର ସହାୟକ ମୂଲ୍ୟ ବୃଦ୍ଧି ସହିତ କଟନୀ ଛଟନୀ ଉପରେ ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀ ଦାବି କରିଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories