www.samajalive.in
Friday, December 12, 2025
14.1 C
Bhubaneswar

ଜୀବନରେ ପୂର୍ଣ୍ଣତା ଆଣିଥାଏ ସଙ୍ଗୀତ

କେନ୍ଦୁଝରଗଡ: କେନ୍ଦୁଝରର ଅଗ୍ରଣୀ ସଙ୍ଗୀତ ପ୍ରତିଷ୍ଠାନ ସୁର ନିକତନର ଗ୍ରୀଷ୍ମକାଳୀନ ସଙ୍ଗୀତ ଶିବିର ଉଦଯାପିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଦେବାଶିଷ ମିଶ୍ର ଉଦ‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସଙ୍ଗୀତ ଆମ ଜୀବନରେ ପୂର୍ଣ୍ଣତା ଆଣିଥାଏ ଓ  ସଙ୍ଗୀତ ଜରିଆରେ ଜଣେ ବ୍ୟକ୍ତି କାଳକାଳ ଧରି ଆମ ହୃଦୟରେ ଜୀବିତ ରହିଥାଏ ବୋଲି କହିବା ସହ ୧୫ଦିନ ଧରି ଅନୁଷ୍ଠିତ ଏହି ଶିବିରର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ। କେନ୍ଦୁଝର ଖବରର ସମ୍ପାଦକ ଦେବୀଶଙ୍କର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଙ୍ଗୀତ ଭଗବାନଙ୍କ ବରଦାନ ଓ ଈଶ୍ୱରଙ୍କ ସେବା ସ୍ୱରୂପ ବିବେଚନା କରି ସଙ୍ଗୀତ ସାଧନା କଲେ ସଫଳତା ନିଶ୍ଚୟ ମିଳିବ ବୋଲି କହିଥିଲେ।

ଆକାଶବାଣୀ କେନ୍ଦୁଝରର ବରିଷ୍ଠ ଉଦଘୋଷକ ଭାସ୍କର ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସୁର ନିକେତନର ପ୍ରତିଷ୍ଠାତା ତଥା ବିଶିଷ୍ଟ ସଙ୍ଗୀତ ଗୁରୁ ସୁନୀତା ପଟ୍ଟନାୟକ ଓ ବାଦ୍ୟଗୁରୁ ରାଜେନ୍ଦ୍ର ବେହେରାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାର୍ଥୀ ଶକୁନ୍ତଳା ବେହେରା, ସମାଜସେବୀ ରୂପାଲୀ ପଟ୍ଟନାୟକ ଚକ୍ର, ସତ୍ୟଜିତ ମିଶ୍ର, ମୀରା ପାତ୍ର, ତ୍ରିଶା ମହାକୁଡ, ଦର୍ଶିନୀ ରାୟ, ପ୍ରିଶା ପ୍ରାଶ୍ଚିତ, ଆରାଧ୍ୟା ମହାନ୍ତି, ସିଦ୍ଧି ରୁଦ୍ରାକ୍ଷ ମହାନ୍ତି, ଫଗୁରାମ ମୁର୍ମୁ, ଶୁଭାଶିଷ ବାରିକ, ପବିଷ୍ଣା ମିଶ୍ର ଓ ଆଞ୍ଜେଲିନା ଦାଶ ପ୍ରମୁଖ ଯୋଗଦେଇ ଉଚ୍ଚକୋଟୀର ସଙ୍ଗୀତ ପରିବେଷଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ୨୦୧୦ ମସିହାରୁ ସୁର ନିକେତନ ଜିଲାର କୋଣ ଅନୁକୋଣରେ ଥିବା ସଙ୍ଗୀତ ପ୍ରତିଭାଙ୍କୁ ଚିହ୍ନଟ କରି ଉଚ୍ଚକୋଟୀର ତାଲିମ  ସହ ଉପଯୁକ୍ତ ମଞ୍ଚ ଯୋଗାଇ ଆସୁଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories