www.samajalive.in
Thursday, December 11, 2025
27.1 C
Bhubaneswar

ବି.ଏଡ଼ ଓ ଏମ.ଏଡ଼ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ନିମନ୍ତେ ମେ’ ୨୯ରୁ ଆବେଦନ

ଡେସ୍କ: ରାଜ୍ୟର ୩୧ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ବି.ଏଡ଼, ବିଏଚଏଡ଼ ଓ ଏମ.ଏଡ଼ ପାଠ୍ୟକ୍ରମ ନିମନ୍ତେ ମେ’ ୨୯ ତାରିଖରୁ ଆବେଦନ ଗ୍ରହଣ କରାଯିବ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କରେ ସାମସ ପୋର୍ଟାଲରେ ସୂଚନା ଦିଆଯାଇଛି। ଚଳିତ ବର୍ଷ ଏହି ପ୍ରକ୍ରିୟାରେ ଉତ୍କଳ ବିଶ୍ଵବିଦ୍ୟାଳୟକୁ ସାମିଲ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ୨ ବର୍ଷିଆ ବି.ଏଡ଼ ଓ ଏମ.ଏଡ଼ ପାଠ୍ୟକ୍ରମରେ ଆଡ଼ମିସନ ନିଆଯିବ।

ସେହିପରି ଚଳିତ ଶିକ୍ଷା ବର୍ଷ ଠାରୁ କୋରାପୁଟର ଡ଼ିଏଭି କଲେଜ ଅଫ ଟିଚର ଏଜୁକେସନରେ ୧୦୦ଟି ଆସନରେ ୨ ବର୍ଷିଆ ବି.ଏଡ଼ ଓ ଏମ.ଏଡ଼ ପାଠ୍ୟକ୍ରମ, ସମ୍ବଲପୁର ଡଃ ପର୍ଶୁରାମ ମିଶ୍ର ଇନଷ୍ଟିଟ୍ୟୁଟ ଅଫ ଆଡ଼ଭାନ୍ସଡ଼ ଷ୍ଟଡ଼ିଜ ଇନ ଏଜୁକେସନରେ ୫୦ଟି ଆସନରେ ୨ ବର୍ଷିଆ ଏମ.ଏଡ଼ ପାଠ୍ୟକ୍ରମ ଓ ଅନୁଗୁଳ ନବକୃଷ୍ଣ ଚୌଧୁରୀ କଲେଜ ଅଫ ଟିଚର ଏଜୁକେସନରେ ୨ ବର୍ଷିଆ ଏମ.ଏଡ଼ ପାଠ୍ୟକ୍ରମକୁ ସାମିଲ କରାଯାଇଛି। ଏହିସବୁ ପାଠ୍ୟକ୍ରମ ପାଇଁ ୨ଟି ପର୍ଯ୍ୟାୟରେ ଆଡ଼ମିସନ ହେବ।

ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇବା ପାଇଁ ଆବେଦନ କଲେ ୬୩ ହଜାର ୧୪୮ ଛାତ୍ରଛାତ୍ରୀ

- Advertisement -

ଆଶାୟୀ ଛାତ୍ରଛାତ୍ରୀମାନେ ସାମସ ପୋର୍ଟାଲରେ ଅନଲାଇନ ଜରିଆରେ ଜୁନ ୧୦ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଜୁଲାଇ ୨୪ରେ ବି.ଏଡ଼, ବିଏଚଏଡ଼ ଓ ୨୫ରେ ଏମ.ଏଡ଼ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନ କରିଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୧୫ ତାରିଖ ପୂର୍ବାହ୍ନ ୧୧ଟା ପରେ ସାମ୍ସ ପୋର୍ଟାଲରୁ ଆଡମିଟ କାର୍ଡ ଡାଉନଲୋଡ଼ କରିପାରିବେ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories