www.samajalive.in
Saturday, December 13, 2025
26.1 C
Bhubaneswar

ବି.ଏଡ଼ ଓ ଏମ.ଏଡ଼ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ନିମନ୍ତେ ମେ’ ୨୯ରୁ ଆବେଦନ

ଡେସ୍କ: ରାଜ୍ୟର ୩୧ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ବି.ଏଡ଼, ବିଏଚଏଡ଼ ଓ ଏମ.ଏଡ଼ ପାଠ୍ୟକ୍ରମ ନିମନ୍ତେ ମେ’ ୨୯ ତାରିଖରୁ ଆବେଦନ ଗ୍ରହଣ କରାଯିବ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କରେ ସାମସ ପୋର୍ଟାଲରେ ସୂଚନା ଦିଆଯାଇଛି। ଚଳିତ ବର୍ଷ ଏହି ପ୍ରକ୍ରିୟାରେ ଉତ୍କଳ ବିଶ୍ଵବିଦ୍ୟାଳୟକୁ ସାମିଲ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ୨ ବର୍ଷିଆ ବି.ଏଡ଼ ଓ ଏମ.ଏଡ଼ ପାଠ୍ୟକ୍ରମରେ ଆଡ଼ମିସନ ନିଆଯିବ।

ସେହିପରି ଚଳିତ ଶିକ୍ଷା ବର୍ଷ ଠାରୁ କୋରାପୁଟର ଡ଼ିଏଭି କଲେଜ ଅଫ ଟିଚର ଏଜୁକେସନରେ ୧୦୦ଟି ଆସନରେ ୨ ବର୍ଷିଆ ବି.ଏଡ଼ ଓ ଏମ.ଏଡ଼ ପାଠ୍ୟକ୍ରମ, ସମ୍ବଲପୁର ଡଃ ପର୍ଶୁରାମ ମିଶ୍ର ଇନଷ୍ଟିଟ୍ୟୁଟ ଅଫ ଆଡ଼ଭାନ୍ସଡ଼ ଷ୍ଟଡ଼ିଜ ଇନ ଏଜୁକେସନରେ ୫୦ଟି ଆସନରେ ୨ ବର୍ଷିଆ ଏମ.ଏଡ଼ ପାଠ୍ୟକ୍ରମ ଓ ଅନୁଗୁଳ ନବକୃଷ୍ଣ ଚୌଧୁରୀ କଲେଜ ଅଫ ଟିଚର ଏଜୁକେସନରେ ୨ ବର୍ଷିଆ ଏମ.ଏଡ଼ ପାଠ୍ୟକ୍ରମକୁ ସାମିଲ କରାଯାଇଛି। ଏହିସବୁ ପାଠ୍ୟକ୍ରମ ପାଇଁ ୨ଟି ପର୍ଯ୍ୟାୟରେ ଆଡ଼ମିସନ ହେବ।

ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇବା ପାଇଁ ଆବେଦନ କଲେ ୬୩ ହଜାର ୧୪୮ ଛାତ୍ରଛାତ୍ରୀ

- Advertisement -

ଆଶାୟୀ ଛାତ୍ରଛାତ୍ରୀମାନେ ସାମସ ପୋର୍ଟାଲରେ ଅନଲାଇନ ଜରିଆରେ ଜୁନ ୧୦ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଜୁଲାଇ ୨୪ରେ ବି.ଏଡ଼, ବିଏଚଏଡ଼ ଓ ୨୫ରେ ଏମ.ଏଡ଼ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନ କରିଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୧୫ ତାରିଖ ପୂର୍ବାହ୍ନ ୧୧ଟା ପରେ ସାମ୍ସ ପୋର୍ଟାଲରୁ ଆଡମିଟ କାର୍ଡ ଡାଉନଲୋଡ଼ କରିପାରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories