ପ୍ରକାଶ ପାଇଲା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରୀକ୍ଷାଫଳ

ଆନନ୍ଦପୁର ମହାବିଦ୍ୟାଳୟ ଛାତ୍ରୀ ସୁପ୍ରିୟା ରଣା ବାଣିଜ୍ୟରେ ଶ୍ରେଷ୍ଠ ସ୍ନାତକ

କେନ୍ଦୁଝରଗଡ: କେନ୍ଦୁଝର ଓ ମୟୁରଭଞ୍ଜ ଜିଲାକୁ ନେଇ ଗଠିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ପ୍ରକାଶିତ ଫଳ ଅନୁଯାୟୀ କେନ୍ଦୁଝର ଜିଲାର ୩୨ଟି ଡିଗ୍ରୀ ମହାବିଦ୍ୟାଳୟରୁ କଳା, ବିଜ୍ଞାନ ଓ ବାଣିଜ୍ୟକୁ ମିଶାଇ ମୋଟ ୫୦୨୫ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୯.୪୭ପ୍ରତିଶତ ହାରରେ ମୋଟ ୩୯୨୩ଜଣ ପାସ୍‌‌ କରିଥିବା ବେଳେ ୧୦୧୩ଜଣ ଫେଲ ଏବଂ ବିଭିନ୍ନ କାରଣରୁ ୮୨ଜଣଙ୍କ ପରୀକ୍ଷାଫଳ ସ୍ଥଗିତ ଥିବାବେଳେ କପି ଅଭିଯୋଗରେ ୭ଜଣ ଦଣ୍ଡିତ ହୋଇଛନ୍ତି।

prayash

ସମଗ୍ର ବିଶ୍ୱବିଦ୍ୟାଳୟରେ ଆନନ୍ଦପୁର ମହାବିଦ୍ୟାଳୟ ଛାତ୍ରୀ ସୁପ୍ରିୟା ରଣା ୧୨୦୩ନମ୍ବର ରଖି ବାଣିଜ୍ୟରେ ଶ୍ରେଷ୍ଠ ସ୍ନାତ୍ତକ ବିବେଚିତ ହୋଇଛନ୍ତି। ଆନନ୍ଦପୁର ମହାବିଦ୍ୟାଳୟର ଛାତ୍ରୀ ନନ୍ଦିନୀ ପତି ୧୧୧୫ନମ୍ବର ରଖି ସଂସ୍କୃତରେ ଓ ସୋନାଲି ରାଉତ ୧୧୮୭ନମ୍ବର ରଖି ଦର୍ଶନଶାସ୍ତ୍ରରେ, କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ଆନନ୍ଦପୁରର ଛାତ୍ରୀ ସୌମ୍ୟାଶ୍ରୀ ଓଝା ୧୧୯୬ନମ୍ବର ରଖି ଗୃହ ବିଜ୍ଞାନରେ, ବଡବିଲ ମହାବିଦ୍ୟାଳୟର ଛାତ୍ରୀ ନିଶା କୁମାରୀ ୧୧୧୫ନମ୍ବର ରଖି ହିନ୍ଦୀରେ, କେ.ଏ.ମହାବିଦ୍ୟାଳୟ କୋଚିଆନାଣ୍ଡିର ଛାତ୍ରୀ  ଅନର୍ପିତା ସୁତାର ୧୧୧୩ନମ୍ବର ରଖି ଓଡିଆ ଭାଷା ସାହିତ୍ୟରେ, ବ୍ରଜବନ୍ଧୁ ମହାବିଦ୍ୟାଳୟ ହରିଚନ୍ଦନପୁରର ଛାତ୍ରୀ ଜ୍ୟୋସ୍ନାରାଣୀ ମହାରଣା ରାଜନୀତିବିଜ୍ଞାନରେ, କେନ୍ଦୁଝର ଡିଗ୍ରୀ ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ରୀ ମଣିକର୍ଣ୍ଣିକା ବାରିକ ୧୨୦୬ନମ୍ବର ରଖି ସମାଜବିଜ୍ଞାନରେ, ବିଜ୍ଞାନ ବିଭାଗରେ ରିମୁଳି ମହାବିଦ୍ୟାଳୟର ଛାତ୍ର ଗୁଣସାଗର ମହାରଣା ୧୧୮୩ନମ୍ବର ରଖି ଗଣିତରେ, ଆନନ୍ଦପୁର ମହାବିଦ୍ୟାଳୟର ଦେବଲକ୍ଷ୍ମୀ ବେହେରା ୧୨୭୧ନମ୍ବର ରଖି ପ୍ରାଣୀବିଜ୍ଞାନରେ, ବିଶ୍ୱବିନାୟକ ଡିଗ୍ରୀ ମହାବିଦ୍ୟାଳୟ କେନ୍ଦୁଝରର ଛାତ୍ରୀ ନମ୍ରତା ବେହେରା ୧୨୧୯ନମ୍ବର ରଖି କମ୍ପ୍ୟୁଟର ବିଜ୍ଞାନରେ ଏବଂ ବାଣିଜ୍ୟ ବିଭାଗରେ ଆନନ୍ଦପୁର ମହାବିଦ୍ୟାଳୟର ଛାତ୍ରୀ ସୁପ୍ରିୟା ରଣା ୧୨୦୩ନମ୍ବର ରଖି ସମଗ୍ର ବିଶ୍ୱବିଦ୍ୟାଳୟରେ ଶ୍ରେଷ୍ଠ ସ୍ୱାତ୍ତକ ଭାବେ ଉତ୍ତୀର୍ଣ୍ଣ ହୋଇଛନ୍ତି।

କଳାରେ ୩୨୮୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୪୧ଜଣ ପ୍ରଥମଶ୍ରେଣୀ ଡିଷ୍ଟିକ୍ସସନ, ୪୪୧ଜଣ ପ୍ରଥମଶ୍ରେଣୀ, ୨୪୯ଜଣ ଦ୍ୱିତୀୟଶ୍ରେଣୀ ଡିଷ୍ଟ୍ରିକ୍ସନ, ୩୫୬ଜଣ ଦ୍ୱିତୀୟଶ୍ରେଣୀ, ୬୪ଜଣ ସାଧାରଣ ପାସ ଓ ଜି.ଡି.ରେ ୧୦୦ଜଣଙ୍କୁ ମିଶାଇ ୮୨.୩୮ପ୍ରତିଶତ ହାରରେ ମୋଟ ୨୬୫୧ଜଣ ପାସ କରିଥିବା ବେଳେ ୫୬୭ଜଣ ଫେଲ ହୋଇଛନ୍ତି। ସେହିଭଳି ୬୨ଜଣ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳ ବିଭିନ୍ନ କାରଣରୁ ସ୍ଥଗିତ ଥିବାବେଳେ କପି ଅଭିଯୋଗରେ ୭ଜଣ ଫେଲ ହୋଇଛନ୍ତି। ବିଜ୍ଞାନରେ ୧୨୯୫ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୯୮ଜଣ ପ୍ରଥମଶ୍ରେଣୀ ଡିଷ୍ଟିକ୍ସସନ, ୩୨୧ଜଣ ପ୍ରଥମଶ୍ରେଣୀରେ, ୧୨ଜଣ ଦ୍ୱିତୀୟଶ୍ରେଣୀ ଡିଷ୍ଟ୍ରିକ୍ସନ, ୩୧ଜଣ ଦ୍ୱିତୀୟଶ୍ରେଣୀ, ୩୬ଜଣ ସାଧାରଣ ପାସ୍‌‌ ଓ ଜି.ଡି.ରେ ୨ଜଣଙ୍କୁ ମିଶାଇ ୭୭.୮୮ପ୍ରତିଶତ ହାରରେ ମୋଟ ୧୦୦୦ଜଣ ପାସ କରିଥିବା ବେଳେ ୨୮୪ଜଣ ଫେଲ ଓ ୧୧ଜଣ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳ ବିଭିନ୍ନ କାରଣରୁ ସ୍ଥଗିତ ରଖାଯାଇଛି। ବାଣିଜ୍ୟରେ ୪୪୩ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୬ଜଣ ପ୍ରଥମଶ୍ରେଣୀ ଡିଷ୍ଟିକ୍ସସନ, ୪୯ଜଣ ପ୍ରଥମଶ୍ରେଣୀରେ, ୧୧ଜଣ ଦ୍ୱିତୀୟଶ୍ରେଣୀ ଡିଷ୍ଟ୍ରିକ୍ସନ, ୧୦୯ଜଣ ଦ୍ୱିତୀୟଶ୍ରେଣୀରେ ଜଣେ, ୨୫ଜଣ ସାଧାରଣ ପାସ ଓ ଜି.ଡି.ରେ ୨ଜଣଙ୍କୁ ମିଶାଇ ୬୨.୬୭ପ୍ରତିଶତ ହାରରେ ମୋଟ ୨୭୨ଜଣ ପାସ କରିଥିବା ବେଳେ ୧୬୨ଜଣ ଫେଲ ଓ ୯ଜଣ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳ ବିଭିନ୍ନ କାରଣରୁ ସ୍ଥଗିତ ରହିଛି।

Comments are closed.