www.samajalive.in
Sunday, December 14, 2025
26.1 C
Bhubaneswar

ଏସି ପବନ ମଜା ନୁହେଁ ସଜା, ରୁହନ୍ତୁ ସାବଧାନ..

ସମାଜ ଡିଜିଟାଲ ଡେସ୍କ: ସାରା ଦେଶରେ ଅସହ୍ୟ ହୋଇଛି ତାତି। ଏଥିରୁ ସାମାନ୍ୟ ଆଶ୍ଵସ୍ତି ପାଇବାକୁ ଲୋକେ ଏସିରେ ରହିବାକୁ ପସନ୍ଦ କରୁଛନ୍ତି। ସେମାନଙ୍କୁ ଲାଗୁଛି ଏସି ରୁମ୍‌ରେ ରହି ସେମାନେ ନିଜକୁ ଏହି ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା କରିପାରିବେ। ତେବେ ତାଙ୍କର ଏହି ଚିନ୍ତାଧାରା କିଛି ମାତ୍ରାରେ ଠିକ୍। କିନ୍ତୁ କେବଳ କିଛି ମାତ୍ରାରେ ହିଁ, କାରଣ ଡାକ୍ତରଙ୍କ ଅନୁସାରେ ଏସିରେ ଅଧିକ ସମୟ ରହିବା ଯେତିକି ଲାଭଦାୟକ ତା’ଠାରୁ ବହୁଗୁଣା ଅଧିକ କ୍ଷତିକାରକ। ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ। ସାରା ଦିନ କିମ୍ବା ଅଧିକ ସମୟ ଏସିରେ ରହିବା ଦ୍ଵାରା ଆଗାମୀ ସମୟରେ ଆପଣଙ୍କୁ ଏକାଧିକ ସ୍ଵାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆସନ୍ତୁ ଜାଣିବା ଆକାଶରୁ ଅଗ୍ନିବର୍ଷା ପରି ଲାଗୁଥିବା ଏହି ଗରମ ସମୟରେ ଦୀର୍ଘ ସମୟ ଏସିରେ ରହିବା ଦ୍ଵାରା ଆପଣଙ୍କ ଶରୀର ଉପରେ କ’ଣ ପ୍ରଭାବ ପଡ଼ିବ…

କମିପାରେ ଶରୀରର ଜଳୀୟ ଅଂଶ 

- Advertisement -

ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଯଦି ଆପଣ ଦୀର୍ଘ ସମୟ ଧରି ଏସିରେ ରହୁଛନ୍ତି କିମ୍ବା ଆପଣଙ୍କର ଏହା ଅଭ୍ୟାସ ପାଲଟି ଗଲାଣି ତେବେ ଏହାର ପ୍ରଭାବ ଆପଣଙ୍କ ଶରୀର ଉପରେ ନିଶ୍ଚିତ ପଡ଼ିବ। ଅଧିକ ସମୟରେ ଏସିରେ ରହିବା ଦ୍ବାରା ଆପଣଙ୍କ ଶରୀରରେ ଜଳୀୟ ଅଂଶର ଅଭାବ ଦେଖା ଦେଇପାରେ। ଏଥିସହ ଆପଣ ଅନେକ ପ୍ରକାର ସଂକ୍ରମଣର ଶିକାର ମଧ୍ୟ ହୋଇପାରନ୍ତି।

ଶ୍ଵାସକ୍ରିୟାରେ ସମସ୍ୟା

ଦୀର୍ଘ ସମୟ ଧରି ଏସି ବ୍ୟବହାର କରିବା ଦ୍ୱାରା ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇପାରେ। ଡାକ୍ତରଙ୍କ କହିବାନୁସାରେ, ଏପରି ହେବାର କାରଣ ହେଉଛି ଯେତେବେଳେ ଆପଣ ଏସି ଲଗାଇ ଏକ କୋଠରୀରେ ବସନ୍ତି, ସେତେବେଳେ ବାହାରର ସତେଜ ବାୟୁ ସେହି କୋଠରୀକୁ ପ୍ରବେଶ କରେନାହିଁ। ଲଗାତାର ଏସି ଚାଲିବା ଯୋଗୁ ସେହି କୋଠରୀ ଭିତରେ ପୂର୍ବରୁ ଥିବା ଅମ୍ଳଜାନର ପରିମାଣ ମଧ୍ୟ ଧୀରେ ଧୀରେ କମିବା ଆରମ୍ଭ କରେ। ଫଳ ସ୍ଵରୂପ କିଛି ସମୟ ପରେ ଗଳା ଶୁଖିବା କିମ୍ବା ନିଃଶ୍ୱାସ-ପ୍ରଶ୍ଵାସରେ ସମସ୍ୟା ଦେଖାଦିଏ।

ସୃଷ୍ଟି ହୋଇପାରେ ରକ୍ତଚାପ ରୋଗ

ଏସିର ଥଣ୍ଡା ପବନରେ ଘଣ୍ଟା ଘଣ୍ଟା ଧରି ବସିବା ଦ୍ୱାରା ଶରୀରର ତାପମାତ୍ରା କମିଯାଏ। ଏହି କାରଣରୁ ଶରୀରର କୋଷ ଏବଂ ସ୍ନାୟୁଗୁଡ଼ିକ ସଙ୍କୁଚିତ ହେବାକୁ ଲାଗେ। ରକ୍ତ ସଞ୍ଚାଳନ ପ୍ରଭାବିତ ହୁଏ। ଏହାଦ୍ୱାରା ରକ୍ତଚାପ ତଳ-ଉପର ହୋଇଥାଏ ଏବଂ ଧୀରେ ଧୀରେ ଆପଣ ନିମ୍ନ କିମ୍ବା ଉଚ୍ଚ ରକ୍ତଚାପରେ ପୀଡ଼ିତ ହୁଅନ୍ତି।

ଏସି ଚଲାଇ କରନ୍ତୁନି ଏହି ଭୁଲ୍‌

ଡାକ୍ତରଙ୍କ କହିବା ଅନୁଯାୟୀ, ଯଦି ଆପଣ ଅସହ୍ୟ ତାତିରେ ବାହାରୁ ଘରକୁ ଆସିବା ପରେ ତୁରନ୍ତ ଏସିରେ ବସୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ମାରାତ୍ମକ ସାବ୍ୟସ୍ତ ହୋଇପାରେ। ଏଥିସହ ଯଦି ଆପଣ ଏସିରେ ବସିଛନ୍ତି ଏବଂ ଆପଣଙ୍କୁ ବାହାରକୁ ଯିବାକୁ ଅଛି, ତେବେ ତରବର ହୁଅନ୍ତୁ ନାହିଁ। ପ୍ରଥମେ ନିଜ ଶରୀରର ତାପମାତ୍ରା ସ୍ୱାଭାବିକ ହେବାକୁ ଦିଅନ୍ତୁ, ତା’ପରେ ବାହାରକୁ ଯାଆନ୍ତୁ।

ବିଜ୍ଞାନ କହେ, ମଣିଷ ଶରୀର ଏସିର ସଠିକ୍‌ ତାପମାତ୍ରା ହେଉଛି ୨୪ ଡିଗ୍ରୀ। ୨୪ ଡିଗ୍ରୀରୁ କମ୍‌ ତାପମାତ୍ରା ସ୍ଵାସ୍ଥ୍ୟ ପାଇଁ ଭଲ ନୁହେଁ। ଯଦି ଆପଣ ଏସିର ତାପମାତ୍ରା ୨୪ କିମ୍ବା ତା’ଠାରୁ ଅଧିକ ଅର୍ଥାତ୍ ୨୫,୨୬ କିମ୍ବା ୨୭ ଡିଗ୍ରୀ ରଖୁଛନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହା ସେତେଟା ଖରାପ ପ୍ରଭାବ ପକାଇବ ନାହିଁ।

ଏସି ଗ୍ୟାସ୍‌ ଲିକ୍‌ ହେବା ଦ୍ଵାରା ଯାଇପାରେ ଜୀବନ

ଏସି ଆପଣଙ୍କ କୋଠରୀକୁ ସଠିକ୍ ଭାବରେ ଥଣ୍ଡା କରିବା ପାଇଁ ଏଥିରେ ଏକ ଭିନ୍ନ ପ୍ରକାରର ଗ୍ୟାସ୍ ଭର୍ତ୍ତି କରାଯାଇଥାଏ। ଏହି ଗ୍ୟାସ ବିଷାକ୍ତ ହୋଇଥାଏ। ଏହି ଗ୍ୟାସକୁ ହାଇଡ୍ରୋ ଫ୍ଲୋରୋ କାର୍ବନ କୁହାଯାଏ। ଯଦି ଏସିର ଗ୍ୟାସ୍‌ ଲିକ୍‌ ହୁଏ ଏବଂ ଆପଣ ଠିକ୍‌ ସମୟରେ ସେଥି ପ୍ରତି ଧ୍ୟାନ ଦେଉ ନାହାନ୍ତି, ତେବେ ଏହାଦ୍ଵାରା ଏସିରେ ଲାଗିଥିବା କଂପ୍ରେସର୍‌ ଫାଟିପାରେ। ଏଭଳି ହେଲେ ଜୀବନ ମଧ୍ୟ ଚାଲି ଯାଇପାରେ।

 

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories