www.samajalive.in
Monday, December 15, 2025
16.1 C
Bhubaneswar

ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ, ବିଦ୍ୟୁତ ଆଘାତରେ ମହିଳା କନେଷ୍ଟବଳ ଗୁରୁତର

ପିପିଲି: ପିପିଲିରେ ନିର୍ବାଚନ ଡ୍ୟୁଟି କରୁଥିବା ବେଳେ ଗୀତାଞ୍ଜଳୀ ପ୍ରଧାନ (୩୦) ନାମ୍ନି ମହିଳା କନେଷ୍ଟବଳ ବିଦ୍ୟୁତ୍‌‌ ଆଘାତରେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସେଠାରୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‌‌ପିଟାଲ ଓ ପରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ନିର୍ବାଚନ ପରିଚାଳନା ପାଇଁ ପୁରୀ ପୁଲିସ ଆର୍‌‌ଓରୁ ପିପିଲିକୁ ଆସିଥିଲେ। ତାଙ୍କ ଘର କଣାସ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ପିପିଲି ପୌରାଞ୍ଚଳର ୧୬ନଂ ୱାର୍ଡ଼ ଅନ୍ତର୍ଗତ ଜୟପୁରଶାସନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ମତଦାନ କେନ୍ଦ୍ରରେ ନିର୍ବାଚନ ପରିଚାଳନା ଓ ଶାନ୍ତିଶୃଙ୍ଖଳା କାର୍ଯ୍ୟରେ ଗୀତାଞ୍ଜଳୀ ନିୟୋଜିତ ଥିଲେ। ଅପରାହ୍ନ ପ୍ରାୟ ସାଢେ ୫ଟା ସମୟରେ ଉକ୍ତ ବିଦ୍ୟାଳୟ ପରିସରରେ ଥିବା ବାଥରୁମକୁ ସେ ପରିସ୍ରା କରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ଉକ୍ତ ବାଥରୁମ ମଧ୍ୟକୁ ଅସ୍ଥାୟୀ ଭାବେ ସଂଯୋଗ ହୋଇଥିବା ବିଦ୍ୟୁତ ତାର ଛିଣ୍ଡି ଲୁହା କବାଟରେ ଲାଗିଯାଇଥିବା ବେଳେ ଗୀତାଞ୍ଜଳୀ ଉକ୍ତ ଲୁହା କବାଟର ସଂସ୍ପର୍ଶରେ ଆସିବାରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ଓ ସେ ସେଠାରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ପିପିଲି ଥାନା ଏସ୍‌‌ଆଇ ମମତା ବିଶ୍ୱାଳ ତୁରନ୍ତ ତାଙ୍କୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ। ତେବେ ସେଠାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ବାଥ୍‌‌ରୁମ୍‌‌ରେ ବିଦ୍ୟୁତ୍‌‌ ବଲ୍‌‌ବ ଲଗାଇବା ପାଇଁ ଏଭଳି ଦାୟିତ୍ୱହିନତା ଓ ଖାମ୍‌‌ଖିଆଲି କାର୍ଯ୍ୟ ଯୋଗୁଁ ଏହି ଅଘଟଣ ଘଟିଥିବା କୁହାଯାଉଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories