www.samajalive.in
Sunday, December 14, 2025
16.1 C
Bhubaneswar

ବିଚାରପତିଙ୍କ କୁକୁର ଚୋରି ହେଲା ବୋଲି…

ସମାଜ ଡିଜିଟାଲ ଡେସ୍କ: ଦେଶରେ ଅନେକ ଅପରାଧ ଘଟୁଛି, ଯେଉଁଥିରେ ପୁଲିସର ନିଷ୍କ୍ରିୟତା ପଦାରେ ପଡ଼ୁଛି। ଅନେକ କ୍ଷେତ୍ରରେ ଅପରାଧୀଙ୍କୁ ଧରିବାରେ ପୁଲିସ ବିଫଳ ହେଉଛି। ଏପରି କି କେତେକ ଘଟଣାରେ ତତ୍ପରତା ବି ଦେଖାଇ ନ ଥାଏ ପୁଲିସ। କିନ୍ତୁ ଉତ୍ତରପ୍ରଦେଶରେ ଏକ ଘଟଣାରେ ପୁଲିସର ତତ୍ପରତା ପାଇଁ ବିଭାଗ ବଦନାମର ଶିକାର ହୋଇଛି। ବୁଦ୍ଧିଜୀବୀ ମହଲରେ ପୁଲିସକୁ ସମାଲୋଚନା କରାଯାଉଛି।

ଘଟଣାଟି ହେଉଛି ଏକ କୁକୁର ଚୋରି ମାମଲା। କୁକୁରଟି ଜଣେ ବିଚାରପତିଙ୍କର। ତେଣୁ କୁକୁର ଚୋରି ନେଇ ଥାନାରେ ରିପୋର୍ଟ ହେବା ପରେ ପୁଲିସ ଏବଂ ପ୍ରଶାସନ ଯେଉଁଭଳି ଭାବେ ତତ୍ପରତା ଦେଖାଇଛନ୍ତି ତାହା ସେମାନଙ୍କୁ ଅଡ଼ୁଆରେ ପକାଇଛି। ସୂଚନା ଅନୁସାରେ, ବରେଲିରେ ଜଣେ ସିଭିଲ ଜଜ୍‌‌ଙ୍କ କୁକୁର ଚୋରି ହୋଇଯାଇଥିଲା। ବିଚାରପତିଙ୍କ ପରିବାର ପକ୍ଷରୁ ତାଙ୍କ ପଡ଼ୋଶୀ ଡମ୍ପି ଅହମ୍ମଦ କୁକୁର ଚୋରି କରିଥିବା ଅଭିଯୋଗ କରାଯାଇଥିଲା। ଚୋରି ହେବା ପରେ ପୁଲିସ ବେଶ୍‌‌ ତତ୍ପରତା ଦେଖାଇଥିଲା। ଜଣେ କିମ୍ବା ଦୁଇଜଣ ନୁହେଁ, ବରଂ ୨୪ରୁ ଅଧିକ ଲୋକଙ୍କ ନାମରେ ପଶୁ ନିଷ୍ଠୁରତା ଅଧିନିୟମ ଅନୁସାରେ ମାମଲା ରୁଜୁ କରାଯାଇଛି।

- Advertisement -

ଏତଲା ଅନୁସାରେ ବିଚାରପତିଙ୍କ ପରିବାର ଏବଂ ଅହମ୍ମଦଙ୍କ ପରିବାର ମଧ୍ୟରେ କିଛି ଦିନ ତଳେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଅହମ୍ମଦଙ୍କ ପୁଅ କାଦିର ବିଚାରପତିଙ୍କ ପରିବାର ସଦସ୍ୟଙ୍କୁ ଧମକାଇଥିଲେ। ଏହା ପରେ ଗତ୧୬ ତାରିଖ ରାତିରେ ଅହମ୍ମଦଙ୍କ ସ୍ତ୍ରୀ ବିଚାରପତିଙ୍କ ପରିବାର ସହ କଥା ହେବାକୁ ତାଙ୍କ ଘରକୁ ଯାଇଥିଲେ। ସେହି ସମୟରେ ତାଙ୍କ କୁକୁର ଅହମ୍ମଦଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା। ଏହା ପରେ ବିଚାରପତିଙ୍କ କୁକୁର ଚୋରି ହୋଇଯାଇଥିଲା। ତେଣୁ ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଅନିତା ଚୌହ୍ୱାନ ଉକ୍ତ ଥାନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହା ପରେ ପୁଲିସ ୨୪ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି।

ଅନେକ ଲୋକ ଏହାକୁ ସମାଲୋଚନା କରିଥିବାବେଳେ ଆଉ କିଛି ଠିକ୍‌‌ ବୋଲି କହିଛନ୍ତି। ତେବେ ଏହି ମାମଲା ଭଳି ଅନ୍ୟ ମାମଲାରେ ବି ପୁଲିସ ଅନୁରୂପ ତତ୍ପରତା ଦେଖାଇବା ଉଚିତ ବୋଲି ଲୋକେ ମତ ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories