www.samajalive.in
Saturday, December 6, 2025
15.1 C
Bhubaneswar

ଜାଣନ୍ତୁ ; କୁକୁରକୁ କାହିଁକି ଚାକିରି ଦେଲା କମ୍ପାନୀ, ଆଶ୍ଚର୍ଯ୍ୟ କରିବ କାରଣ..

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ କେତେବେଳେ କେଉଁ ଘଟଣା ଦେଖିବାକୁ ମିଳିବ ତାହା କହିବା ମୁସ୍କିଲ। ବେଳେ ବେଳେ ଏମିତି ଫଟୋ ଦେଖିବାକୁ ମିଳେ ଯାହା ବିଶ୍ୱାସ କରି ହେବ ନାହିଁ। ଏବେ ଏଭଳି ହିଁ ଏକ ଫଟୋ ଶେୟାର କରାଯାଇଛି, ଯାହାକୁ ଦେଖି ନିଶ୍ଚୟ ଚମକି ପଡିବେ। ମନରେ ପ୍ରଶ୍ନ ମଧ୍ୟ ଆସିବ ସତରେ କ’ଣ ଏମିତି ହୋଇପାରେ?ଯଦି ଆପଣଙ୍କୁ କୁହାଯିବ ଏକ କୁକୁରକୁ ଚୌକିଦାର ଚାକିରି ମିଳିଛି। କ’ଣ ବିଶ୍ୱାସ କରିବେ କି? ଜାଣନ୍ତୁ ଏହି ଘଟଣା ବିଷୟରେ..


କାର୍ କମ୍ପାନୀ ହୁଣ୍ଡାଇର ଶୋରୁମ୍ ବାହାରେ ଏକ କୁକୁର ନିୟମିତ ଆସେ। ଏହାସହ ସେଠାରେ ରୁହେ। ଏପରି କୌଣସି ଦିନ ନାହିଁ ଯେଉଁଦିନ ସେ ଆସି ନାହିଁ। ଅନ୍ୟ କର୍ମଚାରୀଙ୍କ ଆସିବା ଭଳି ସେ ମଧ୍ୟ ଆସେ। କୁକୁର ଏଭଳି ବ୍ୟବହାର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ।
କିଛି ଦିନ ଧରି ଲଗାତାର କୁକୁରର ଏଭଳି ବ୍ୟବହାର ଦେଖିବା ପରେ ଶୋରୁମର ବରିଷ୍ଠ କର୍ମଚାରୀ ନିଷ୍ପତ୍ତି ନେଇଥିଲେ, କୁକୁରକୁ କମ୍ପାନୀର କର୍ମଚାରୀ କରିବା ପାଇଁ। ଏକ ଆଇଡି କାର୍ଡ ସହ ଅନ୍ୟ ସମସ୍ତ ସୁବିଧା ଦେବା ଉଚିତ୍। କୁକୁରକୁ କର୍ମଚାରୀ କରିବା ପରେ କମ୍ପାନୀର ବରିଷ୍ଠ କର୍ମଚାରୀ ତା’କୁ ଆଶ୍ରୟ, ଭୋଜନ ଓ ଅନ୍ୟ ଜରୁରୀ ଜିନିଷ ଯୋଗାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories