www.samajalive.in
Friday, December 5, 2025
23.1 C
Bhubaneswar

ନିର୍ବାଚନ ଆୟୋଗଙ୍କ କାମରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମତଦାନ ହାର ତଥ୍ୟ ପ୍ରକାଶ ସଂକ୍ରାନ୍ତ ବିବାଦକୁ ନେଇ ଆଗତ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ହାତ ଟେକି ଦେଇଛନ୍ତି। ବର୍ତ୍ତମାନ ସମୟରେ ଭାରତ ନିର୍ବାଚନ ଆୟୋଗ (ଇସି)ଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରି ନିର୍ବାଚନ କାର୍ଯ୍ୟରେ ବାଧା ଦେବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ ବୁଥୱାରି ମତଦାନ ହାର ପ୍ରକାଶ କରିବା ଏବଂ ୧୭ସି ଫର୍ମର ତଥ୍ୟକୁ ଇସିଙ୍କ ୱେବସାଇଟ୍‌‌ରେ ଅପଲୋଡ୍‌‌ କରି ସାର୍ବଜନିନ କରିବା ପାଇଁ ହୋଇଥିବା ଆବେଦନକୁ କୋର୍ଟ ସ୍ଥଗିତ ରଖିଛନ୍ତି।

ସୂଚନାଯୋଗ୍ୟ, ମତଦାନର ୪୮ ଘଣ୍ଟା ଭିତରେ ମତଦାନ ହାର ଏବଂ ୧୭ସି ଫର୍ମ ତଥ୍ୟ ୱେବସାଇଟ୍‌‌ରେ ଅପଲୋଡ୍‌‌ କରିବା ଲାଗି ଇସିଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାୟର ହୋଇଥିଲା। ଶୁକ୍ରବାର କୋର୍ଟ ଏହାର ଶୁଣାଣି କରି ଇସିଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି। ମାମଲାର ଶୁଣାଣି ସମୟରେ ଇସିଆଇ ତରଫରୁ ବରିଷ୍ଠ ଆଡ୍‌‌ଭୋକେଟ ମନିନ୍ଦର ସିଂହ ଯୁକ୍ତି ବାଢ଼ିଥିଲେ ଯେ, ଇଲେକ୍ଟ୍ରୋନିକ୍‌‌ ଭୋଟିଂ ମେଶିନ (ଇଭିଏମ)ଗୁଡ଼ିକୁ ନେଇ ବିବାଦ ବଢ଼଼ାଇବା ଉଦ୍ଦେଶ୍ୟ ରଖି ଏପରି ପିଟିସନ ଦାଖଲ କରାଯାଇଛି। ସୁପ୍ରିମକୋର୍ଟ ବାରମ୍ବାର ଇଭିଏମର ବିଶ୍ୱସନୀୟତା ବିଧିସିଦ୍ଧ ବୋଲି କହିବା ପରେ ମଧ୍ୟ ଏପରି ଅପପ୍ରୟାସ କରାଯାଉଛି। ଏହାଦ୍ୱାରା ଭୋଟରମାନଙ୍କ ମଧ୍ୟରେ ସନ୍ଦେହର ମଞ୍ଜି ବୁଣାଯାଉଛି, ଯାହାଫଳରେ ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକରେ ମତଦାନ ହାର ହ୍ରାସ ପାଇବାର ଆଶଙ୍କା ରହିଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories