www.samajalive.in
Saturday, December 6, 2025
23.1 C
Bhubaneswar

ପିପିଲିରେ ରାଜନୈତିକ ହିଂସା: ବିଜେପି ପକ୍ଷରୁ ଥାନା ଘେରାଓ

ପିପିଲି: ଭୋଟ ପୂର୍ବରୁ ପିପିଲି ସହଜପୁର ପଞ୍ଚାୟତରେ ଗୁରୁବାର ରାତିରେ ରାଜନୈତିକ ହିଂସା ଘଟିଛି । ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପିର ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟ ଗଦାଧର ପରିଡାଙ୍କ ସମେତ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗଦାଧରଙ୍କ ଡାହାଣ ଗୋଡ ଭାଙ୍ଗିଥିବା ବେଳେ ଅନ୍ୟ ଜଣଙ୍କର ହାତ ଭାଙ୍ଗିଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ପିପିଲିରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ବିଜେପି ର ବିଧାୟକ ପ୍ରାର୍ଥୀ ତଥା ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପିପିଲି ଥାନାରେ ଉପସ୍ଥିତ ଥିବା ବେଳେ ବିଜେପି କର୍ମୀମାନେ ପିପିଲି ଥାନାକୁ ଘେରାଉ କରିଥିଲେ।
ସୂଚନା ଅନୁସାରେ ବିଜେପି ସମିତି ସଭ୍ୟ ଗଦାଧର ଙ୍କ ସମେତ ଅନ୍ୟ କେତେକ କର୍ମୀ ବାଇକ ଯୋଗେ ସହଜପୁର ପଞ୍ଚାୟତର ସୁବୁଦ୍ଧିପଡା ଦେଇ ଯାଉଥିବା ବେଳେ ସେଠାରେ ଉପସ୍ଥିତ ବିଜେଡିର ସ୍ଥାନୀୟ ନେତା ଓ ତାଙ୍କର ସମର୍ଥକ ମାନେ ଏମାନଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଗଦାଧର ଙ୍କ ଗୋଡ ଭାଙ୍ଗିଥିବା ବେଳେ ସଞ୍ଜୟ ପଣ୍ଡାଙ୍କ ହାତ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ଅନ୍ୟ ଜଣେ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତେଜନା ପ୍ରକାଶ ପାଇଛି । ଏହା ପୂର୍ବରୁ ବିଜେଡି ଦଳର ଉକ୍ତ ବ୍ୟକ୍ତି ମାନେ ସେଠାରେ ଗାଳିଗୁଲଜ କରିବା ସହ ଜଣଙ୍କ ଘର ଉପରକୁ ଟେକା ମାଡ କରିଥିବା ବେଳେ ଏ ସମ୍ପର୍କରେ ପୁଲିସ କୁ ଖବର ଦିଆଯାଇଥିଲା । ତେବେ ଦୀର୍ଘ ସମୟ ପର୍ୟ୍ୟନ୍ତ ପୁଲିସ ସେଠାରେ ପହଂଚି ନଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।
ରାତି ସାଢେ ଦୁଇଟାରେ ଏନେଇ ପୁଲିସ ରେ ଅଭିଯୋଗ ଅଭିଯୋଗ ହେବା ପରେ ମାମଲା ରୁଜୁ କରାଯାଇଛି ଓ ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ୍ କରାଯିବ ବୋଲି ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ଆଶ୍ରିତଙ୍କ ହସ୍ତକ୍ଷେପ ପରେ ରାତି ୨ ଟା ୪୫ ରେ ଥାନା ଘେରାଉ ହଟିଥିଲା । ତେବେ ଅଭିଯୁକ୍ତଙ୍କୁ ଗିରଫ୍ କରିବାରେ ପୁଲିସ କୋହଳ ମନୋବୃତ୍ତି ପୋଷଣ କଲେ ଜୋରଦାର୍ ଆନ୍ଦୋଳନ କରାଯିବ ବୋଲି ଆଶ୍ରିତ ଚେତାବନୀ ଦେଇଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories