www.samajalive.in
Friday, December 12, 2025
16.1 C
Bhubaneswar

ନେଟ୍‌ସରେ ଅଭ୍ୟାସକଲେ ଅଶ୍ବିନ୍‌

ମେଲବୋର୍ଣ୍ଣ : ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ୩ୟ ମ୍ୟାଚ୍‌ ଆସନ୍ତା ୨୬ରୁ ଏଠାରେ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଭାରତୀୟ ଚୂଡ଼ାନ୍ତ ଏକାଦଶକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଆଘାତପ୍ରାପ୍ତ ଭାରତୀୟ ଅଫ୍‌ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍‌ ସୁସ୍ଥ ହୋଇ ସୋମବାର ନେଟ୍‌ସରେ ଅଭ୍ୟାସ କରିଥିବା ଜଣାପଡ଼ିଛି। ଆଘାତଜନିତ କାରଣରୁ ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡ଼ିଥିଲେ ଅଶ୍ବିନ୍‌। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇ ସିରିଜ୍‌କୁ ୧-୧ରେ ବରାବର କରିଥିଲା। ଭାରତ ଦ୍ବିତୀୟ ଟେଷ୍ଟରେ ୪ଜଣ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିବା ବେଳେ ଅଷ୍ଟ୍ରେଲିଆ ତରଫରୁ ସ୍ପିନର ଭାବେ ନାଥାନ ଲାୟନ୍‌ ଖେଳିଥିଲେ। ଲାୟନ୍‌ ଏହି ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅଶ୍ବିନ୍ ସୁସ୍ଥ ହୋଇ ନେଟ୍‌ସରେ ଅଭ୍ୟାସ କରିଥିଲେ ମଧ୍ୟ ତୃତୀୟ ଟେଷ୍ଟରେ ତାଙ୍କର ଖେଳିବା ଆଶା ନାହିଁ ବୋଲି ସିଡନୀ ମର୍ଣ୍ଣିଂ ହେରାଲଡ୍‌ ଖବରକାଗଜରେ ଦର୍ଶାଯାଇଛି। ଅଶ୍ବିନ୍‌ଙ୍କ ଖେଳିବା ସମ୍ଭାବନା ସଂପର୍କରେ ମତ ଦେଇ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଥିଲେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଅଶ୍ବିନ୍‌ଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବ। ଏହାପରେ ସେ ତୃତୀୟ ଟେଷ୍ଟରେ ଖେଳିବେ ନାହିଁ ତାହା ଘୋଷଣା କରାଯିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories