ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କଲେ କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ
କେନ୍ଦୁଝର ସଦର : ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସଦର ବିଧାୟିକା ପ୍ରାର୍ଥୀନୀଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ଆଣିବା ସହିତ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ। ଆଗାମୀ ୨୫ ତାରିଖ ସାଧାରଣ ନିର୍ବାଚନ ଥିବା ବେଳେ କେନ୍ଦୁଝର ବିକାଶ ପାଇଁ ଡି.ଏମଏଫର ସଦୁପଯୋଗ, ଧରଣୀଧର ଭେଷଜ ମହାବିଦ୍ୟାଳୟକୁ ସମ୍ପୂର୍ଣ୍ଣ କାର୍ୟ୍ୟକ୍ଷମ କରିବା, ଭେଷଜ ମହାବିଦ୍ୟାଳୟକୁ ସୁବିଧାରେ ଯାତାୟତ ପାଇଁ ସ୍ଵତନ୍ତ୍ର ରାସ୍ତା ନିର୍ମାଣ ଡି.ଏମ.ଏଫ୍ ରେ ସ୍ଥାନୀୟ ନିଯୁକ୍ତିକୁ ପ୍ରାଧାନ୍ୟ, କୃଷି ବିଶ୍ଵବିଦ୍ୟାଳୟ ସ୍ଥାପନ, ଧରଣୀଧର ବିଶ୍ଵବିଦ୍ୟାଳୟରେ ଭିତିଭୂମିର ବିକାଶ, ପ୍ରତି ପଂଚାୟତରେ କମ୍ପ୍ୟୁଟର ଟ୍ରେନିଂ ସଂସ୍ଥା ଖୋଳିବା, କେନ୍ଦୁଝରରୁ ଅଯୋଧ୍ୟା, କୋଲକାତା ଓ ଦକ୍ଷିଣ ଭାରତକୁ ରେଳ ଚଳାଚଳ କରିବା ଆଦି ସଦର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାରରେ ରହିଥିବା ଇସ୍ତାହାର କମିଟିର ମୁଖ୍ୟ ଇଂ ଅଜୟ କୁମାର ସାହୁ ପ୍ରକାଶ କରିଛନ୍ତି।
Comments are closed.