ବାଲିଆପାଳରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିର୍ବାଚନୀ ସଭା
ବାଲିଆପାଳ: ଆଜି ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ବ୍ଲକ ରତାଇ ପଞ୍ଚାୟତ ଅନ୍ତର୍ଗତ ହାଟ ପଡିଆ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କେନ୍ଦ୍ର ସରକାରଙ୍କ ରେଳ ଓ ବୈଷୟିକ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ବିଶ୍ୱରେ ଏକ ବିକଶିତ ରାଷ୍ଟ୍ର ହେବାରେ ଲାଗିଛି ବୋଲି କହିଛନ୍ତି। ତୃତୀୟ ଥର ପାଇଁ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ସରକାର ଗଢିବା ସହିତ ରାଜ୍ୟରେ ମଧ୍ୟ ଭାରତୀୟ ଜନତା ପାର୍ଟିର ସରକାର ନିଶ୍ଚିତ ହେବ ବୋଲି କହିଛନ୍ତି।
Comments are closed.