www.samajalive.in
Sunday, December 14, 2025
19.1 C
Bhubaneswar

ମଦ ବୋଝେଇ କାର ସହ ନଗଦ ୧୮ ହଜାର ଟଙ୍କା ଜବତ

ଗୁରୁଡିଝାଟିଆ :ଗୁରୁଡିଝାଟିଆ ମେଡିକାଲ ଛକ ନିକଟରେ ସ୍ୱତନ୍ତ୍ର ସ୍କ୍ୱାଡ୍‌ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ ଏକ ମଦବୋଝେଇ କାର ସହିତ ୧୮ ହଜାର ୧୫୦ ଟଙ୍କା  ପୁଲିସ ଜବତ କରିଛି। ସେହି ଗାଡ଼ିରେ ସ୍ଥାନୀୟ ପଞ୍ଚାୟତର ଜୈନିକ ସରପଞ୍ଚ ବସିଥିବା ବେଳେ କୌଶଳରେ ଖସିଯିବାରେ ସେ ସଫଳ ହୋଇଛନ୍ତି। ପୁଲିସ ଚାଳକକୁ ଅଟକ ରଖି ପଚରାଉଚରା କରୁଛି।  ପୁଲିସ ଜବତ କରିଥିବା କାରରେ ୧୪୪ ବୋତଲ ବିଦେଶୀ ମଦ ସହ ରହିଥିବା ବେଳେ ୧୮ହଜାର ୧୫୦ ଟଙ୍କା  ରହିଥିଲା।

ଅବାଧ, ସ୍ୱଚ୍ଛ ଓ ଭୟମୁକ୍ତ ନିର୍ବାଚନ କରିବା ପାଇଁ ନିର୍ବାଚନ କମିସନର ପକ୍ଷରୁ ନିୟମ ଅନୁଯାୟୀ ବିଭିନ୍ନ ସ୍କ୍ୱାଡ୍‌ ଗଠନ କରାଯାଇ ୪ ଚକିଆ ଗାଡିକୁ ଯାଞ୍ଚ କରାଯାଉଛି। ଆଜି ସ୍ୱତନ୍ତ୍ର ସ୍କ୍ୱାଡ୍‌ ସନ୍ଦେହଜନକ ଅବସ୍ଥାରେ କାରଟିକୁ ଅଟକାଇ ଯାଞ୍ଚ କରିଥିଲା ଏବଂ କାରରୁ ୧୪୪ ବୋଲତ ମଦ ଓ ନଗଦ ୧୮ହଜାର ୧୫୦ଟଙ୍କା ରହିଥିଲା। ପୁଲିସ  ଏହି ଟଙ୍କା ଓ ବିଦେଶୀ ମଦ କେଉଁଠାରୁ, କୁଆଡେ ଓ କାହିଁକି ଯାଉଥିଲା ଅନୁଧ୍ୟାନ କରୁଛି। କାରଚାଳକ ଜ୍ଞାନରଞ୍ଜନ ପରିଡା (୨୩)ଙ୍କୁ ଅଟକ ରଖିଛନ୍ତି ଓ ସ୍ଥାନୀୟ ସରପଞ୍ଚ ତୁଷାରକାନ୍ତ ସାହୁଙ୍କ ନାମରେ ଏକ ମକଦ୍ଦମା ରୁୁଜୁ ହୋଇଛି ବୋଲି ଥାନା ଅଧିକାରୀ ପରେଶ କୁମାର ମହାନ୍ତି ପ୍ରକାଶ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories