ଆସସ ଆଣିଲା ସବୁଠାରୁ ପତଳା ଓ ହାଲୁକା ଲାପଟପ୍, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ଆସସ ନିଜ ନୂଆ ଲାପଟପ୍ ଭିଭୋବୁକ୍ ଏସ୍ ସିରିଜର ବଜାର ପ୍ରବେଶ କରାଇଛି । ଏହାକୁ ଖାସ୍ କରି ସେହିମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁମାନେ ବାରମ୍ବାର ଯାତ୍ରା କରନ୍ତି ଏବଂ କଣ୍ଟେଣ୍ଟ୍ ପ୍ରସ୍ତୁତ କରନ୍ତି । ଏହା ବହୁତ ପତଳା ଏବଂ ହାଲୁକା । ଏହି କାରଣରୁ ଏହା ନିଜ ସହ କେଉଁଆଡେ ନେବା ଆଣିବା ସହଜ ହୋଇଥାଏ । ଏବଂ ଏହା ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଲାଗୁଛି । ଭିଭୋବୁକ୍ ଏକ୍ସ ସିରିଜରେ ୩ ମଡେଲ ଆଣିଛି କମ୍ପାନୀ ଯଥା ଭିଭୋବୁକ୍ ଏସ୍ ୧୬ ଓଏଲଇଡି, ଭିଭୋବୁକ୍ ଏସ ୧୫ ଏବଂ ଭିଭୋବୁକ୍ ଏସ୍ ୧୪ ।

ସାଉଥ ସୁପରଷ୍ଟାର୍ ନାଗା ଚୈତନ୍ୟ କିଣିଲେ ପୋର୍ଶେ କାର୍, ଦାମ୍ ସାଢେ ୩ କୋଟିରୁ ଆରମ୍ଭ

ଭିଭୋବୁକ୍ ଏକ୍ସ ସିରିଜର ଲାପଟପ୍ ବହୁତ ପତଳା । ଏହାର ପ୍ରସ୍ଥ ମାତ୍ର ୧.୩୯ ସେଣ୍ଟିମିଟର ଏବଂ ଓଜନ ୧.୩ କିଲୋ । ଏହା କେବଳ ଦେଖିବାକୁ ସୁନ୍ଦର ନୁହେଁ, ବରଂ ଏହାର ପ୍ରୋସେସର ମଧ୍ୟ ବହୁତ ଦମଦାର । ଏଥିରେ ଲାଟେଷ୍ଟ ଇନଟେଲ୍ କୋର୍ ଅଲ୍ଟ୍ରା ୯ ପ୍ରୋସେସର ଲାଗିଛି ଯାହା ବହୁତ ସ୍ପିଡ୍ କାମ କରିଥାଏ । ଏହା ସହିତ ଏଥିରେ ୧ ଟିବିର ଏସଏସଡି ମଧ୍ୟ ଦିଆଯାଇଛି । ଏହାର ଦାମ୍ କମ୍ପାନୀ ୧,୦୨,୯୯୦ ଟଙ୍କା ରଖିଛି କମ୍ପାନୀ । ଏଥିରେ ୧୬ ଜିବି ରାମ୍ ଓ ୧ ଟିବିର ଷ୍ଟୋରେଜ ଦେଉଛି କମ୍ପାନୀ ।

Comments are closed.